jayashree

ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ଗାଁର ଚାରା ଉତ୍ପାଦନ କେନ୍ଦ୍ରଠାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ବଲାଙ୍ଗିର ଜିଲ୍ଲା କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ସମ୍ପାଦକ ପ୍ରେମାନନ୍ଦ ପୁଟେଲଙ୍କ ସଭାପତିତ୍ୱରେ ସମସ୍ତ ଜିଲ୍ଲା କମିଟି ସଭ୍ୟ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ବଲାଙ୍ଗିର ଜିଲ୍ଲାର ଜିଲ୍ଲା ସମ୍ମିଳନୀ କରିବା ପାଇଁ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ସ୍ଥିର ହେଲା ଯେ, ଆଗାମୀ ୪ ସେପ୍ଟେମ୍ବର ୨୦୨୨ ଦିନ ତୁରେକେଲା ବ୍ଲକ ଅନ୍ତର୍ଗତ ଖଗସା ଗ୍ରାମରେ ଜିଲ୍ଲା ସମ୍ମିଳନୀ କରିବା ପାଇଁ ସ୍ଥିର ହୋଇଅଛି । ଉକ୍ତ ସମ୍ମିଳନୀରେ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଦାମୋଦର ବେହେରାଙ୍କୁ ଉପସ୍ଥିତ ରହିବା ପାଇଁ ରାଜ୍ୟ କାର୍ଯ୍ୟକର୍ତ୍ତା ସୁପାରିଶ କରିଥିଲେ ।

Leave A Reply

Your email address will not be published.