ମହିୟସୀ ମହିଳାଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ପଲସଦା ଗ୍ରାମର ସ୍ଵର୍ଗତଃ ଜଗନ୍ନାଥ ପାଣିଗ୍ରାହୀଙ୍କ ଧର୍ମପତ୍ନୀ ଭଗବତୀ ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଯାଇଛି । ଜଣେ ପରୋପକାରୀ ତଥା ଧର୍ମ ପରାୟଣା ମହିଳା ଭାବରେ ସେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ଜୈଷ୍ଠ ପୁତ୍ର ସେବାରାମ ପାଣିଗ୍ରାହୀ ମୁଖାଗ୍ନି ଦେଇଥିଲେ । ଅନ୍ତିମ ସମୟରେ ତାଙ୍କ ପୁତ୍ର ଫକୀର, ଶେଷଦେବ, ଝିଅ ସୂର୍ଯ୍ୟ, ଶରଦ, ବୀଣାପାଣି ଓ ସ୍ୱର୍ଣ୍ଣ ତଥା ଜାମାତା ରାମଚନ୍ଦ୍ର ଓ ଶାନ୍ତନୁ ଉପସ୍ଥିତ ଥିଲେ । ନାତି ପ୍ରେମାନନ୍ଦ, ସମୀର, ସଞ୍ଜୀବ, ନିହାର ଓ ଶିଶିର ଶେଷ ଦର୍ଶନ କରିଥିଲେ । ପରିବାରର ତଥା ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶବାଧାରରେ ଯୋଗଦେଇ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ ।

Leave A Reply

Your email address will not be published.

error: Content is protected !!