ସଂକୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁର ସଂକୁଳର ସଂକୁଳସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଆଜି ସଭାପତି ପୃଥିରାଜ ସାହୁ ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରି ଉପସ୍ଥିତ ଶିଶୁମାନଙ୍କୁ ବୈଜ୍ଞାନିକ ଚିନ୍ତାଧାରା ପାଇଁ ପ୍ରେରଣା ଯୋଗାଇ ଥିଲେ । ଛାତ୍ରୀମାନଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଗୋପବନ୍ଧୁ ଗୁରୁଜୀ ସଂଯୋଜନା କରିଥିବା ବେଳେ ଦ୍ୱାଦଶ କୁମାର ପ୍ରଧାନ ସଂକୁଳ ପ୍ରମୁଖ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଜ୍ଞାନ ପ୍ରମୁଖ ମମତା ଗୁରୁମା କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିବା ବେଳେ ଚୈତନ୍ୟ ଗୁରୁଜୀ ବ୍ୟବସ୍ଥା ସୂଚନା ଦେଇଥିଲେ । ଉକ୍ତ ଜ୍ଞାନ ବିଜ୍ଞାନ ମେଳାରେ ସଂକୁଳରୁ ୧୮୮ ଜଣ ପ୍ରତିଭାଗୀ ପ୍ରକଳ୍ପ ପ୍ରଦର୍ଶନ, ପ୍ରଶ୍ନ ମଞ୍ଚ, ପ୍ରୟୋଗ, ପତ୍ରବାଚନ ଓ ନିବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ଉଦ୍‌ଘାଟନୀ ଦିବସରେ କିଶୋର ବର୍ଗର ବିଭିନ୍ନ ପ୍ରଶ୍ନ ମଞ୍ଚ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ୧୭ ଜଣ ପରିଚାଳକ ପରିଚାଳନା କରିଥିଲେ । ଶେଷରେ ଜନକ ଲାଲ୍ ମେହେର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥଲେ । ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!