ଧର୍ମ ପରାୟଣା ପ୍ରିୟବତୀ ସାମନ୍ତରାୟଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ଗ୍ରାମର କରଣ ସମାଜର ଧର୍ମ ପରାୟଣା ମହିଳା ପ୍ରିୟବତୀ ସାମନ୍ତରାୟଙ୍କ ଗତକାଲି ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ବେଳକୁ ୯୩ ବର୍ଷ ବୟସ ହେଉଥିଲା । ସେ ଜଣେ ସରଳ ନିଷ୍କପଟ ଓ ଧର୍ମ ପରାୟଣା ମହିଳା ଥିଲେ । ତାଙ୍କର ଅନ୍ତିମ ଯାତ୍ରାରେ ଶତାଧିକ ଲୋକ ଶ୍ମଶାନ ପର୍ଯ୍ୟନ୍ତ ସାମିଲ ହୋଇଥିଲେ । ଅନ୍ତିମ ବିଦାୟ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା । ତାଙ୍କର ବଡପୁଅ ପ୍ରମୋଦ ସାମନ୍ତରାୟ ମୁଖାଗ୍ନି ଦେଇଥିଲେ । ସାନପୁଅ ପ୍ରତାପ ସାମନ୍ତରାୟ ଓ ବୋହୁ, ଝିଅ ଜ୍ୱାଇଁ, ନାତି ନାତୁଣୀମାନେ ଉପସ୍ଥିତ ଥିଲେ । ସ୍ୱର୍ଗତ ସାମନ୍ତରାୟଙ୍କ ପଦ୍ମପୁର ସହର ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତିଙ୍କ ପିଉସୀ ଅପା ଅଟନ୍ତି । ତାଙ୍କର ମୃତ୍ୟୁ ଖବର ଶୁଣି ବରିକେଲ ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.