ଡେଲାଙ୍ଗ ବନ୍ୟା ଅଞ୍ଚଳ ବୁଲି ଦେଖିଲେ ରାଜସ୍ଵମନ୍ତ୍ରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବନ୍ୟାରେ ଡେଲାଙ୍ଗ ବ୍ଲକର ବ୍ୟାପକ କ୍ଷୟକ୍ଷତି ସହ ଲୋକଙ୍କ ଜୀବନଜୀବିକା ବିକାଶ ଧାରାରେ ବ୍ୟାହତ ଘଟିଛି । ଲୋକେ ନାଁହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରୀ ରିପୋର୍ଟ ଅନୁଯାୟୀ ଡେଲାଙ୍ଗ ବ୍ଲକର ୯ଟି ପଞ୍ଚାୟତର ୪୪ଟି ଗ୍ରାମର ୪୫ ହଜାର ୧୨୮ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଏଥିସହିତ ବନ୍ୟାରେ ଡେଲାଙ୍ଗ ବ୍ଲକର ସବୁ ଅଞ୍ଚଳର ଲୋକ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ବନ୍ୟା ଯୋଗୁଁ ସମଗ୍ର ଅଞ୍ଚଳର ଯୋଗାଯୋଗ ବିଚ୍ଛିନ୍ନ ହେବା ସାଙ୍ଗକୁ ତୁହାକୁ ତୁହା ବର୍ଷା ଫଳରେ ସାଧାରଣ ଦିନମଜୁରିଆ, ଖଟିଖିଆ, ବୁଲା ବିକାଳି, ଉଠାଦୋକାନୀ ନାଁହି ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଯୋଗାଯୋଗ ବିଚ୍ଛିନ୍ନ ସେମାନେ ବାହାରକୁ ଯାଇପାରୁ ନାହାନ୍ତି, କାମ ନାଁହି, ରୋଜଗାର ନାଁହି ଯାହାଫଳରେ ସେମାନେ ଦୁଃଖ ଦୁର୍ଦ୍ଦଶା ମଧ୍ୟରେ ଜୀବିକା ନିର୍ବାହ କରୁଛନ୍ତି । ସେମାନଙ୍କୁ ପ୍ରଶାସନ ପକ୍ଷରୁ ରିଲିଫ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି । ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ୟ୍ୟୟ ପ୍ରଶମନ ବିଭାଗୀୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଶୁକ୍ରବାର ଡେଲାଙ୍ଗ ବ୍ଲକର ଡେଲାଙ୍ଗ-କୋଠାବାଡ଼, ସୂଜନପୂର, ସାଊରିଆ, ଘନିପୂର, କଲ୍ୟାଣପୁର, ମୋଟରି ଆଦି ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ସ୍ଥିତି ସମୀକ୍ଷା କରିଥିଲେ । ମନ୍ତ୍ରୀଙ୍କ ସହିତ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଏଡିଏମ୍‌ (ରାଜସ୍ଵ) କୈଳାସ ଚନ୍ଦ୍ର ନାୟକ, ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ କୁମାର ସାହୁ, ଆଇଆଇସି ଅନିଲ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବନ୍ୟା ପ୍ରଭାବିତ ଅଞ୍ଚଳର କ୍ଷୟକ୍ଷତି ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

jittmm
Leave A Reply

Your email address will not be published.