ପୁରୀ ଜିଲ୍ଲାରେ ଅହିଂସା ରଥର ପରିକ୍ରମା ସମାପ୍ତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅହିଂସା ଓ ଶାନ୍ତିର ତଥା ଦେଶପ୍ରେମର ବାର୍ତ୍ତା ପ୍ରଚାର କରୁଥିବା ଅହିଂସା ରଥର ପୁରୀ ଜିଲ୍ଲାରେ ପରିକ୍ରମା ସମାପ୍ତ ହୋଇଛି । ଜିଲ୍ଲାର ସତ୍ୟବାଦି, କୋଣାର୍କ, ବ୍ରହ୍ମଗିରୀ, ପୁରୀ ସହର ସମେତ ବିଭିନ୍ନ ଅଞ୍ଚଳରେ ରଥଗୁଡିକୁ ଜନସାଧାରଣ ବିପୁଳ ଶ୍ରଦ୍ଧା ସହକାରେ ସ୍ୱଗାତ କରିଥିଲେ । ପାରମ୍ପରିକ ଢୋଲ, ଶଙ୍ଖ ନାଦ ତଥା ସଂକୀର୍ତ୍ତନରେ ପୁରୀବାସୀ ସ୍ୱାଗତ କରିଥିଲେ ଅହିଂସା ରଥକୁ । ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ପତାକା ସହ ଶୋଭାଯାତ୍ରାରେ ରଥକୁ ସ୍ୱାଗତ କରାଯାଇଥିଲା । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.