ଛତ୍ରପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ପକ୍ଷରୁ ଆୟୋଜିତ ପବିତ୍ର ଜନ୍ମାଷ୍ଟମୀ ସମାରୋହରେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏ ଯୋଗଦେଇ ଓଁଶାନ୍ତି ଧ୍ୱନିରେ ସନ୍ତୋଷ ଲାଭ କରିଛନ୍ତି । ପ୍ରଥମେ ବ୍ରହ୍ମବାବାଙ୍କ ସାଧନା କୋଠରୀରେ ଏସ୍ପି ଶ୍ରୀ ରାଏ ରାଜଯୋଗ କରିବା ପୂର୍ବକ ଧ୍ୟାନମଗ୍ନରେ କିଛି ସମୟ ବସି ଶାନ୍ତି ଓ ବିଭୂକୃପା ଲାଭ କରିଥିଲେ । ପରେ ଆନୁଷ୍ଠାନିକ ଶିଶୁ ସମାରୋହରେ କୃଷ୍ଣ ଓ ରାଧା, ଯଶୋଦା ବେଶ ସାଜିଥିବା କୁନିପ୍ରତିଭାଙ୍କୁ ଉତ୍ସାହିତ କରିଥିଲେ । ବିଶ୍ୱ ଦରବାରରେ ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ମାଉଣ୍ଟଆବୁ ରାଜସ୍ଥାନର ମୁଖ୍ୟ କାର୍ଯ୍ୟାଳୟର ମହତ୍ତ୍ୱ ଏବଂ ଦେଶବାସୀଙ୍କୁ ଦେଇ ଆସୁଥିବା ତାହାର ମହନୀୟ ଆଦର୍ଶତା ଉପରେ ପ୍ରତିପାଦିତ କରିଥିଲେ । ଆଧ୍ୟାତ୍ମିକ ବାତାବରଣ ମଧ୍ୟରେ ଏସ୍ପି ସାହେବ ସ୍ୱାଗତ ନୃତ୍ୟ ଏବଂ କୁନି ପିଲାମାନଙ୍କର ପରିବେଷିତ ରାଧାକୃଷ୍ଣ ଲୀଳା ନୃତ୍ୟ ଦେଖି ଖୁସିବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂସ୍ଥାନ ସହିତ ଜଡିତ ବହୁ ମାଆ, ବ୍ରହ୍ମକୁମାରୀ ଭଉଣୀ ଓ ଭାଇମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଶାଖା ସଞ୍ଚାଳିକା ବ୍ରହ୍ମକୁମାରୀ ବିଜୟ ଲକ୍ଷ୍ମୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବ୍ରହ୍ମକୁମାରୀ ପିଙ୍କି ଭଉଣୀ ସ୍ୱାଗତ ସମ୍ଭାଷଣ ଦେଇଥିଲେ । ବ୍ରହ୍ମକୁମାରୀ ଭାଗ୍ୟ ଧନ୍ୟବାଦ ଜଣାଇଥିଲେ ।