csstore

ସ୍ୱାଧୀନତା ସଂଗ୍ରାମୀ ରଘୁନାଥ ବାରିକଙ୍କ ସ୍ମୃତିରେ ବୃକ୍ଷ ରୋପଣ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧଉଡିଆ) : ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀର ଆବାହକ ପ୍ରକୃତିପ୍ରେମୀ ଆଇନଜୀବୀ ହୃଷୀକେଶ ପାଢ଼ୀ ଦେଶ ସ୍ୱାଧୀନତା ସଂଗ୍ରାମରେ ସଂଗ୍ରାମ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୁତିକୁ ଉଜ୍ଜୀବିତ ରଖିବା ପାଇଁ ବୃକ୍ଷ ରୋପଣର ଶୁଭାରମ୍ଭ କରିଛନ୍ତି । ଡେଲାଙ୍ଗ ବ୍ଲକ ରେଂଚ ଗ୍ରାମର ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ରଘୁନାଥ ବାରିକଙ୍କ ସ୍ମୃତିରେ ବୃକ୍ଷ ରୋପଣର ଶୁଭାରମ୍ଭ କରିଛନ୍ତି । ପରବର୍ତ୍ତୀ ସମୟରେ ଡେଲାଙ୍ଗ ବ୍ଲକର ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ବୃକ୍ଷ ରୋପଣ କରି ଡେଲାଙ୍ଗକୁ ସବୁଜ ବଳୟ କରିବାସହ ଜନସଚେତନତା ସୃଷ୍ଟି କରି ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଲକ୍ଷ ରଖିଛନ୍ତି ।

jayashree
Leave A Reply

Your email address will not be published.