jayashree

ହରଗୌରୀ ସୌନ୍ଦର୍ଯ୍ୟକରଣ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଅମୃତ ମହୋତ୍ସବ ପାଳନ

ଶିବତଲା, (କେପିଏନ୍‌ଏସ୍‌) : ଭାରତର ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଶିବତଲା ହରଗୌରୀ ସୌନ୍ଦର୍ଯ୍ୟକରଣ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ମହାସମାରୋହରେ ଶିବତଲା ମୁଖ୍ୟ ବସଷ୍ଟାଣ୍ଡ ସ୍ଥିତ ଶହିଦ୍ କିଶୋର ମଲ୍ଲିକ ସମାଧି ପୀଠ ପରିସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଶିବତଲା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଶୁଭଶାନ୍ତି ମାଝୀ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ସରପଞ୍ଚ ବାଳକୃଷ୍ଣ ବେହେରା ଓ ସମ୍ମାନିତ ଅତିଥି ଭାବରେ କୃଷି ସମବାୟ ସମିତି ଅଧ୍ୟକ୍ଷ ପ୍ରଦୁମ୍ନ ହୋତା ଉପସ୍ଥିତ ଥିଲେ । ସଂଗଠନର ସଂପାଦକ ହୋଲିଶ୍ୱର ଧରୁଆ ସଭା ପରିଚାଳନା କରିଥିବା ବେଳେ ସଭାପତି ନବୀନ ସାହୁ ବିବରଣୀ ପଠନ କରିଥିଲେ। ପୂର୍ବରୁ ଅମୃତ ମହୋତ୍ସବ ସପ୍ତାହରେ ବିଭିନ୍ନ ଗ୍ରାମ ପରିକ୍ରମା କରି ହର ଘର ତ୍ରିରଙ୍ଗା ବାଇକ୍ ରେଲି ହୋଇଥିଲା ଓ ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୁଇଜ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ବିତରଣ ସହ କୁନିକୁନି ଦେଶପ୍ରେମୀ ଶିଶୁମାନଙ୍କ ଦ୍ୱାରା ଦେଶାତ୍ମବୋଧକ ନାଚ ଗୀତ ପରିବେଷଣ କରାଯାଇଥିଲା । ବିବେକାନନ୍ଦ ପ୍ରଧାନ ଜଣେ ଉଦୀୟମାନ କବି ସୁନ୍ଦର ଭାବରେ ଅମୃତ ମହୋତ୍ସବ ବିଷୟରେ ନିଜସ୍ୱ ଲିଖିତ କୋଷଳୀ କବିତା ପାଠ କରିଥିଲେ । ହରଗୌରୀ ସୌନ୍ଦର୍ଯ୍ୟକରଣ ସ୍ୱେଚ୍ଛାସେବୀ ସଂଗଠନ ସମ୍ବନ୍ଧେ ମଧ୍ୟ ଏକ ସୁନ୍ଦର କବିତା ପାଠ କରିଥିଲେ । ଶିବତଲା ପୋଷ୍ଟ ମାଷ୍ଟର ଗୋପାଳ ବେହେରା ଏବଂ ରାଘବ ରଣା ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରିଶେଷରେ ସଦସ୍ୟ ବିବେକାନନ୍ଦ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସଂଗଠନର ସଦସ୍ୟ ନିତେଇ ସାହୁ, ରିଂକୁ ଦାସ, ବିକମ ପୁଟେଲ, ସୁରେନ୍ଦ୍ର କମ୍ପ, ହିତେଶ ମେହର, ବ୍ରହ୍ମା ଭୋଇ, ସୋମନାଥ ପଟେଲ, ଗିରିଧାରୀ ମାଝୀ, ଶମ୍ଭୁ ମାଝୀ, ପିତାମ୍ବର ପାଣ୍ଡେ, ତ୍ରିଲୋଚନ ମଲ୍ଲିକ, ତପନ ନାଏକ, ଅମରେଶ ମେହେର, ଦିଲିପ ସାହୁ, ଦିପକ କର୍ମୀ, ବିଦୁ ଭୁଷଣ ପ୍ରଧାନ ପ୍ରମୁଖ ଅବସରପ୍ରାପ୍ତ ସେନା ଅଧିକାରୀ ଚନ୍ଦ୍ରଶେଖର ବେହେରା, ଶିବତଲା ଗ୍ରାମ୍ୟ ସଭାପତି ହେମସାଗର ମାଝୀ ତଥା ଗ୍ରାମର ଅନେକ ବୁଦ୍ଧିଜୀବୀ ସଭାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.