oom

ଷଣ୍ଢମୂଳ ପ୍ରାଥମିକ ସେବା ସମବାୟ ସମିତିରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଷଣ୍ଢମୂଳ ପ୍ରାଥମିକ ସେବା ସମବାୟ ସମିତି ପରିସରରେ ୭୬ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ସମିତିର ସଭାପତି ରବି ନାରାୟଣ ପଣ୍ଡା ଯୋଗଦେଇ ଆନୁଷ୍ଠାନିକ ଜାତୀୟ ପତାକା ଉତୋଳନ କରିଥିଲେ । ସାରା ଭାରତରେ ଚାଲିଥିବା ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଉପରେ ସମିତି ସଭାପତି ଶ୍ରୀ ପଣ୍ଡା ବିସ୍ତୃତ ଆଲୋଚନା କରି ଦେଶ ମାତୃକାର ସେବାରେ ବ୍ରତୀ ହେବାକୁ ଯୁବପିଢୀଙ୍କୁ ସେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ତାଳସର ସରପଞ୍ଚ ମୁକୁନ୍ଦ ମାଧବ ସ୍ୱାଇଁ, କୃଷକ ନେତା ରଙ୍କନାଥ ସ୍ୱାଇଁ, ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ସ୍ୱାଇଁ ଓ ଦେବରାଜ ସ୍ୱାଇଁ, କାଳୁ ଚରଣ ସ୍ୱାଇଁ, ଦେବରାଜ ଭୂୟାଁ, ସୌରୀ ଚରଣ ବରଡ଼, ଅଙ୍ଗାରଗାଁ ସମିତି ସମ୍ପାଦକ ବସନ୍ତ ଭୂୟାଁ, ଷଣ୍ଢମୂଳ ସମିତି ସମ୍ପାଦକ ବୁଲା ଡାକୁଆ ପ୍ରମୁଖ ଉପସ୍ଥିତ ହୋଇ ସ୍ୱାଧୀନ ଚିନ୍ତନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସ୍କୁଲ ଶିକ୍ଷକ ଓ ଛାତ୍ରଛାତ୍ରୀ ପ୍ରମୁଖ ଯୋଗଦେଇ ଦେଶ ମାତୃକାର ଗାଥା ଗାନ କରି ଭାରତ ମାତାର ଜୟଗାନ କରିଥିଲେ ।

jittmm
Leave A Reply

Your email address will not be published.