ଯମୁନା କାନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ନିଆରା ଢଙ୍ଗରେ ୭୬ତମ ସ୍ୱାଧୀନତା ଦିବସର ପତାକା ଅବତରଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅଗଷ୍ଟ ୧୫ ତାରିଖ ସକାଳ ୭ ଘଣ୍ଟା ୩୦ ମି. ସମୟରେ ଯମୁନା କନ୍ଦୁଣୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ପତାକା ଉତ୍ତୋଳନ କରିଥିବା ବେଳେ ସନ୍ଧ୍ୟା ୬ ଘଣ୍ଟା ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ଆହ୍ୱାନରେ ପତାକା ଅବତରଣ ଉତ୍ସବ ପାଳନ କରାଯାଇଥିଲା । ଏହି ଉତ୍ସବରେ ପାଇକମାଲ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ, ସାହିତ୍ୟିକ, କବି, ଲେଖକ, କଳାକାର ଯୋଗ ଦେଇ ଥିଲେ । ଓଡିଶା ସାହିତ୍ୟ ଏକାଡେମୀର ବରିଷ୍ଠ କର୍ମକତ୍ତା ଡୋଳାମଣୀ ତ୍ରିପାଠୀ, ବିଜୟ ପ୍ରଧାନ, ଚିତ୍ତରଞ୍ଜନ ସରାପ, ଗଣେଶ ବାରିକ, ଦେବେନ୍ଦ୍ର ସାହୁ ପ୍ରମୁଖ ସମ୍ମାନର ସହ ପତାକା ଅବତରଣ କରିଥିଲେ । ପ୍ରକୃତିବନ୍ଧୁ ଧୀରେନ୍ଦ୍ର ମହାନ୍ତି ଆଜିର ଦିନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏକ ବୃକ୍ଷ ରୋପଣ କରିଥିଲେ ।

Leave A Reply

Your email address will not be published.