csstore

କୁତମୁଣ୍ଡାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ଉପଲକ୍ଷେ ବାଇକ ରାଲି ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ପାଟଣାଗଡ଼, (ପୁସ୍ତମ ଯୁଆଡି) : ଆଜି ସାରା ଦେଶରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ କୁତମୁଣ୍ଡା ଗ୍ରାମର ସ୍ୱେଚ୍ଛାସେବୀ ଯୁବକମାନେ ବି‌ ପଛରେ ନ ରହି ହର ଘର ତ୍ରିରଙ୍ଗା ବାର୍ତ୍ତା ଦେଇ ମୋଟର ସାଇକେଲରେ ଚାରିଗୋଟି ଗ୍ରାମ ପରିକ୍ରମା କରିଥିଲେ । ପରେ ସ୍ୱେଚ୍ଛାସେବୀ ତେଜରାଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମରେ ଜାତୀୟ ପତାକା ଉତ୍ତୋଳନ କରି ଶ୍ରୀ ମେହେର ନିଜର ବକ୍ତବ୍ୟ ମାଧ୍ୟମରେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିବା ସଂଗ୍ରାମୀମାନଙ୍କ ଗୁଣଗାନ କରିବା ସହିତ ସେହି ସଂଗ୍ରାମୀମାନଙ୍କ ଠାରୁ ଆମେମାନେ ବହୁତ କିଛି ଶିଖିବା ଉଚିତ୍ ବୋଲି କହିଥିଲେ । ଏହି ଅବସରରେ ଗୀତ, ଡ୍ରଇଂ, କୁଇଜ୍, ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ଗ୍ରାମର ଗଁଉତିଆ ନରେନ୍ଦ୍ର ମେହେର, ସୁବାଷ ମେହେର, ଘନଶ୍ୟାମ ମେହେର, ଭେଲାରମ କୁମ୍ଭାର, ସଞ୍ଜୀବ ମେହେର, ସୁଆଧିନ ଦେହେରୀ, ପ୍ରହ୍ଲାଦ ଚନ୍ଦନ, ଧୋଇବା ମଲ୍ଲିକ, ଶିବା କୁମ୍ଭାର, ଭଜରାଜ ଖଟୁଲା, ଗୋବିନ୍ଦ ଦେହୁରୀ, ଭଗବାନ ମେହେର, ଭକ୍ତ ରଣା, ଆଲୋକ ଦେହେରୀ, କୁଞ୍ଜବନ ରଣା, ଚିତ୍ତ ସା, ସନମ ଧରୁଆ, ସଞ୍ଜୟ ଛତର ଏବଂ ଗ୍ରାମର ସମସ୍ତ ଜନସାଧାରଣ ମଧ୍ୟ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.