ଦେଶ ପାଳୁଛି ସ୍ୱାଧୀନତା ଦିବସ, ବାଦିଗାଁରେ ରଶି ଲଗାଇ ଝୁଲି ପଡିଲେ ମାଆ ପୁଅ

ନୂଆପଡା, (ନିରାକାର ମେହେର) : ଦେଶ ପାଳୁଛି ୭୬ତମ ସ୍ୱାଧୀନତା ଦିବସ । ଏନେଇ ଉତ୍ସବ ମୁଖର ଦିଲ୍ଲୀରୁ ପଲ୍ଲୀ । ସବୁଠି ଆନନ୍ଦ ଉତ୍ସବର ମାହୋଲ । ହେଲେ ଏହାରି ଭିତରେ ନୂଆପଡାରୁ ଆସିଛି ଏକ ଦୁଃଖଦ ଖବର । ଖଡ଼ିଆଳ ଥାନା ବାଦିଗାଁରେ ମାଆ ପୁଅ ଆତ୍ମହତ୍ୟା କରିଥିବା ଜଣାପଡିଛି । ଯାହାକୁ ନେଇ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ, ଖଡ଼ିଆଳ ଥାନା ଅନ୍ତର୍ଗତ ବାଦିଗାଁରେ ରୁହନ୍ତି ଆଶିଷ(୩୨)ଙ୍କ ସହ ତାଙ୍କ ମାଆ । ଦୀର୍ଘ ବର୍ଷ ହେବ ଗାଁର କୁନୁ କୈବର୍ତ୍ତଙ୍କ ଘରେ ଭଡ଼ାଟିଆ ଭାବେ ରହି ଆସୁଥିଲେ । ହେଲେ କୌଣସି କାରଣରୁ ବିଳମ୍ବିତ ରାତିରେ ଉଭୟ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.