ଗାଇସିଲେଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜିଲ୍ଲା ପରିଷଦ ଶ୍ରୀମତୀ ଝରଣା ପାଣିଗ୍ରାହୀଙ୍କ ଦ୍ୱାରା ପତାକା ଉତ୍ତୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଗାଇସିଲେଟ ଜୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଝରଣା‌ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭାରତ ମାତାଙ୍କ ଚରଣରେ ୭୫ଟି ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରି ସେ ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଦେଶକୁ ଭଲ ପାଇବା ଏବଂ ନିଜକୁ ଜଣେ ସୁନାଗରିକ ଭାବରେ ଗଢ଼ି ତୋଳିବା ପାଇଁ ପରାମର୍ଶ ଦେଇଥିଲେ । ଉକ୍ତ ଉତ୍ସବରେ ପ୍ରଧାନ ଆଚାର୍ଯ୍ୟ ଅଶ୍ୱିନୀ କୁମାର ବାରିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବେଦବ୍ୟାସ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ମୁଖ୍ୟ ଅତିଥି, ଆଚାର୍ଯ୍ୟ, ଆଚାର୍ଯ୍ୟା, ପରିଚାଳନା ସମିତି ସଦସ୍ୟ, ପୂର୍ବ ପରିଚାଳନା ସମିତି ସଦସ୍ୟ ବୃନ୍ଦ, ଅଭିଭାବକ ଅଭିଭାବିକା ଏବଂ ଛାତ୍ର ଛାତ୍ରୀଙ୍କ ସହିତ କଲଙ୍ଗାପାଲି ସ୍ଥିତ ଶହୀଦ ଛକଠାରେ ଥିବା ଶହୀଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Leave A Reply

Your email address will not be published.