jayashree

ବ୍ଲାକ୍‌ମେଲିଂ ବର୍ତ୍ତମାନ ଯୁବ ସମାଜ ପାଇଁ କାଳ ସାଜିଛି, ଯୁବ ପିଏନ୍‌ବି କୃଷି ଅଧିକାରୀ ଦିବ୍ୟରଂଜନଙ୍କ ପ୍ରାଣ ନେଲା ବ୍ଲାକ୍‌ମେଲିଂ : ଘଟଣାର ସିବିଆଇ ତଦନ୍ତ ଦାବୀ କଲେ ମୃତକଙ୍କ ପିତା କେଶବ ରଂଜନ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ଲାକ୍‌ମେଲିଂ ବର୍ତ୍ତମାନ ଯୁବ ସମାଜ ପାଇଁ କାଳ ସାଜିଛି । କେତେବେଳେ ଯୁବକମାନଙ୍କୁ ହନି ଟ୍ରାପ୍‌ରେ ପକାଇ କିଏ ବ୍ଲାକ୍‌ମେଲିଂ କରୁଛି ତ’ ଆଉ କେତେବେଳେ ସମ୍ମାନ ହାନୀ କରିବାର ଭୟ ଦେଖାଇ ଲୁଟ୍‌ କରୁଛନ୍ତି ଦୁର୍ବୃତ୍ତମାନେ ଯୁବକମାନଙ୍କୁ । ଏଭଳି ପରିସ୍ଥିତିରେ ଯୁବ ପିଏନ୍‌ବି କୃଷି ଅଧିକାରୀ ଦିବ୍ୟରଂଜନଙ୍କ ପ୍ରାଣହାନୀ ଘଟିଥିବା ବେଳେ ଘଟଣାର ସିବିଆଇ ତଦନ୍ତ ଦାବୀ କରିଛନ୍ତି ମୃତକଙ୍କ ପିତା କେଶବ ରଂଜନ ମିଶ୍ର । ସୂଚନା ଅନୁସାରେ ପଶ୍ଚିମବଙ୍ଗ ମେଦିନୀପୁରରୁ ବଦଳି ହୋଇ ବରପାଲିକୁ ଆସିବା ପରେ ଗୋଟିଏ ଦିନ ପାଇଁ ଦିବ୍ୟରଂଜନ ବଲେଶ୍ୱରକୁ ଯାଇଥିଲେ । ବାଲେଶ୍ୱରରୁ ଫେରିବା ପରେ ପ୍ରାୟ ଦୁଇ ମାସ ଭିତରେ ସେ ସମୁଦାୟ ୨୪ ଲକ୍ଷ ୪୦ ହଜାର ଟଙ୍କା କେତୋଟି ବ୍ୟାଙ୍କ ଆକାଉଣ୍ଟକୁ ଅନ୍‌ଲାଇନ୍‌ ମାଧ୍ୟମରେ ପଠାଇଛନ୍ତି । ଏହି ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକ ରାଜସ୍ଥାନରୁ ଅପରେଟ୍‌ ହେଉଥିବା କୁହାଯାଉଥିବା ବେଳେ ଆକାଉଣ୍ଟ ହୋଲ୍‌ଡ଼ର୍‌ଙ୍କ ମଧ୍ୟରେ ମହିଳାମାନଙ୍କ ନାମ ଥିବା ମଧ୍ୟ ସୂଚନା ମିଳିଛି । ତେବେ ଏହି ଘଟଣା ପଛରେ ନିଶ୍ଚୟ କୌଣସି ପ୍ରକାର ବ୍ଲାକ୍‌ମେଲିଂ ରହିଥିବା ବୁଦ୍ଧିଜୀବୀ ମହଲରେ ସଂଦେହ କରାଯାଉଛି । ମୃତକ ଦିବ୍ୟରଂଜନଙ୍କ ପିତା ଅବସରପ୍ରାପ୍ତ ସରକାରୀ ଅଧିକାରୀ କେଶବ ରଂଜନ ମିଶ୍ର ଏହି ଘଟଣାର ସିବିଆଇ ତଦନ୍ତ କରାଯିବାକୁ ଦାବୀ କରିଛନ୍ତି ।

ଅନ୍ୟପକ୍ଷରେ ମୃତକ ଦିବ୍ୟରଂଜନଙ୍କ ପଡେ଼ାଶୀ ତଥା ଅବସରପ୍ରାପ୍ତ ସୈନିକ ସଂଘର ସାଧାରଣ ସଂପାଦକ ପ୍ରତାପ ଚଂଦ୍ର ରଥ ବର୍ତ୍ତମାନ ଯୁଗର ଏଭଳି ବ୍ଲାକ୍‌ମେଲିଂ ପ୍ରତି ଯୁବ ସମାଜ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.