ରଣ୍ଡା ବିଦ୍ୟାଳୟରେ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ସ୍ଥିତ ରଣ୍ଡା ଉଚ୍ଚ ବିଦ୍ୟାଳୟରେ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋର୍ତିମୟୀ ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଆଲୋଚନାଚକ୍ରରେ ଆଲୋଚକ ଭାବେ ଯୋଗଦେଇ ଅବସରପ୍ରାପ୍ତ ପ୍ରାଧ୍ୟାପକ ଅଭିମନ୍ୟୁ ମିଶ୍ର ବିଜ୍ଞାନ ଓ ନୀରବତା ଉପରେ ଅନୁଷ୍ଠିତ ହୋଇଥିବା ଆଲୋଚନାଚକ୍ରରେ ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏହା ଏକ ଉପାଦେୟ ଆଲୋଚନାଚକ୍ର ବୋଲି ମତାମତ ରଖିଥିଲେ । ଏହି ଆଲୋଚନାଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ଦୁର୍ଗା ନାଏକ, ଦିପାଞ୍ଜଳି ଯୋଷୀ, ରଶ୍ମିତା ପ୍ରଧାନ, ଅନିତା ମାଝି, ମିନମୟୀ ପଣ୍ଡା, ରଶ୍ମିରେଖା ମହନ୍ତ, ମମିତା ପ୍ରଧାନ, ଜ୍ୟୋର୍ତିମୟୀ କଠାର, ବବିତା ବେହେରା, ଦୀପ୍ତିମୟୀ ପଣ୍ଡା, ଅଳ୍ପନା ଜେନା, ମାନସା ହୋତା, ଶିଳ୍ପିକା ସ୍ୱାଇଁ, ବିଦ୍ୟୁତଲତା ରଥ, ବନୀତା ପଟେଲ ଓ ବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ପରକ୍ଷିତ ପଧାନ, ବିଦ୍ୟାଳୟ ପରିଚାଳନା ସଭାପତି ବାସୁଦେବ ସାହୁ, ସମିତି ସଭ୍ୟ ସୁଦାମ ନନ୍ଦ, ପୂର୍ବତନ ସରପଞ୍ଚ ବିରଭଦ୍ର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.