oom

ଦିବ୍ୟ ରଂଜନ ନିଖୋଜ ଘଟଣା : ଅଙ୍ଗ ନଦୀ ଗର୍ଭରେ ଏଯାଏଁ ମିଳିନି ଖୋଜ୍‌ ଖବର, ଘଟଣାରେ ଅନ୍ୟ କିଛି ଦିଗ ନାହିଁ ତ?

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିଏନ୍‌ବି କୃଷି ଅଧିକାରୀ ଦିବ୍ୟ ରଂଜନ ମିଶ୍ରଙ୍କ ନିଖୋଜ ଘଟଣା ସାରା ଓଡିଶାରେ ଚହଳ ସୃଷ୍ଟି କରିଥିବା ବେଳେ ପ୍ରଶାସନ ପକ୍ଷରୁ ତନାଘନା ତଦନ୍ତ ଜାରି ରହିଛି । ଜଣେ ପ୍ରତ୍ୟକ୍ଷଦର୍ଶୀ ଯୁବକର ବୟାନକୁ ଆଧାର କରି ଅଙ୍ଗ ନଦୀ ଗର୍ଭରେ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହ ଓଡ୍ରାଫ୍‌ ଟିମ୍‌ ଦିବ୍ୟ ରଂଜନଙ୍କୁ ଖୋଜୁଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଖୋଜ୍‌ ଖବର ମିଳିନଥିବା ସୂଚନା ମିଳିଛି । ତେବେ ଘଟଣାର ଅନ୍ୟ କିଛି ଦିଗ ରହିଥାଇପାରେ ବୋଲି ମଧ୍ୟ ଏବେ ସାଧାରଣରେ ଆଲୋଚନା ହେଉଛି । ଏଥିପାଇଁ ଦିବ୍ୟ ରଂଜନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଡିଟେଲସ୍‌କୁ ନଜର ପକାଇବା ସହ କୌଣସି ବ୍ଲାକ୍‌ମେଲିଂ ଦିଗରେ ପୋଲିସ ଅନୁସନ୍ଧାନ କରିବାକୁ ସାଧାରଣରେ ଦାବୀ ହେଉଛି । ସେହିପରି ବିନିକାରୁ ବରପାଲିକୁ ବାହାରିଥିବା ଦିବ୍ୟ ରଂଜନ କଣ ପାଇଁ ଓ କେଉଁ ପରିସ୍ଥିତିରେ ବରପାଲି ନ ଯାଇ ଡୁଙ୍ଗୁରିପାଲିରୁ ବଲାଙ୍ଗିର ଆଡକୁ ଆସିଥିବା ରାସ୍ତା ଧରିଲେ, ସେ ଦିଗରେ ତଦନ୍ତର ଆବାଶ୍ୟକତା ରହିଥିବା ମତ ପ୍ରକାଶ ପାଉଛି । ଏଥିପାଇଁ ଦିବ୍ୟ ରଂଜନ ବିନିକାରୁ ବାହାରିବା ଠାରୁ ଆରମ୍ଭ କରି ଚେରୁପାଲି ନିକଟସ୍ଥ ଅଙ୍ଗ ନଦୀ ବ୍ରିଜ ପର୍ଯ୍ୟନ୍ତ ଉପଲବ୍ଧ ସିସିଟିଭି ଫୁଟେଜ୍‌ ଯାଂଚ କରାଯାଇ ପାରିଲେ ଅନୁସନ୍ଧାନ ଦିଗ ଆହୁରି ସ୍ପଷ୍ଟ ହୋଇ ପାରିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି । ସୂଚନା ଯୋଗ୍ୟ ଯେ, ଗତ ବୁଧବାର ଦିନ ରାତିରୁ ଦିବ୍ୟ ରଂଜନଙ୍କ ନିଖୋଜ ଏବଂ ତାଙ୍କର ଆତ୍ତାପତ୍ତା ନ ମିଳିବା ଘଟଣାକୁ ଆହୁରି ରହସ୍ୟବୃତ କରିଥିବା ବେଳେ ଏଦିଗରେ ବଲାଙ୍ଗିର ଓ ସୋନପୁର ଜିଲ୍ଲା ପୋଲିସ ଜବରଦସ୍ତ ତଦନ୍ତ ଜାରି ରଖିଛନ୍ତି ।

jittmm
Leave A Reply

Your email address will not be published.