oom

ଗଛରେ ରାକ୍ଷୀ ବାନ୍ଧିଲେ ପରିବେଶବିତ ଶୁଭ୍ରାଂଶୁ ଶତପଥୀ

jsmm

ଢେଙ୍କାନାଳ, (କେପିଏନ୍‌ଏସ୍‌) : ସବୁଜ ପୃଥିବୀର ଗଠନରେ ଆଉ ଏକ ପାଦ । ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ ଲୋକଙ୍କ ଚାହିଦା ଏବଂ ଆବଶ୍ୟକ ପୂରଣ ନେଇ ଜଙ୍ଗଲ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି । ତେବେ ଏଭଳି ସମୟରେ ସବୁଜ ବିକଳ୍ପ ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି ଜାତିସଂଘ ପୁରସ୍କାରପ୍ରାପ୍ତ ଯୁବ ପରିବେଶବିତ୍ ଶୁଭ୍ରାଂଶୁ ଶତପଥୀ । ବୃକ୍ଷ ଆମକୁ ସୁରକ୍ଷା ଦେଉଛି ତେଣୁ ବୃକ୍ଷର ଦୀର୍ଘାୟୁ ମନାସୀ ବୃକ୍ଷରେ ବାନ୍ଧିଛନ୍ତି ରାକ୍ଷୀ । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୋଟପାଳ ଗ୍ରାମରେ ବୃକ୍ଷରେ ରାକ୍ଷୀ ବନ୍ଧନ ଭଳି ଏକ ନିଆରା କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ଶୁଭ୍ରାଂଶୁ । ଗ୍ରାମ ନିକଟରେ ଥିବା ଗଛ ଗୁଡିକରେ ସିଡ୍( ମଞ୍ଜି)ରେ ନିର୍ମିତ ରାକ୍ଷୀ ବାନ୍ଧି ଭାଇଚାରାର ପ୍ରତିକ ସୃଷ୍ଟି କରିଛନ୍ତି ସିଏ । ସୂଚନା ଅନୁଯାୟୀ ଖରାଦିନରେ ପକ୍ଷୀଙ୍କ ଶୋଷ ମେଣ୍ଟାଇବା ପାଇଁ ମାଟି ପାତ୍ର ପ୍ରଦାନ ସହ, ପ୍ଲାଷ୍ଟିକ ବର୍ଜନ ଏବଂ ସବୁଜ ପୃଥିବୀ ଗଠନ ଦିଗରେ କୁନି କୁନି ପିଲାମାନଙ୍କୁ ସିଡ୍ ବଲ୍ ନିର୍ମାଣ ତିଆରିର କର୍ମଶାଳା ଆୟୋଜିତ କରି ଶୁଭ୍ରାଂଶୁ ପ୍ରଶଂସିତ ହୋଇଛନ୍ତି ଏବଂ ବିଭିନ୍ନ ଜାତୀୟ ଆନ୍ତର୍ଜାତିକ ପୁରସ୍କାର ଲାଭ କରିଛନ୍ତି ।

jittmm
Leave A Reply

Your email address will not be published.