lika

ପଦ୍ମପୁର ଉପଖଣ୍ଡରେ ସାରର ବ୍ୟାପକ କଳା ବଜାର : ଚାଷୀ ହନ୍ତସନ୍ତ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ଏବେ ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ଚାଷ କାର୍ଯ୍ୟ ଚାଲିଥିବା ବେଳେ ଓ ଚାଷ ପାଇଁ ୟୁରିଆ, ପଟାସ, ଡିଏପି, ଗ୍ରୋମର ସାରର ଚାଷୀଙ୍କୁ ବ୍ୟାପକ ମାତ୍ରାରେ ଆବଶ୍ୟକତା ଥିବା ବେଳେ ସେବା ସମବାୟ ସୋସାଇଟି ଓ ଏଜେଣ୍ଟମାନଙ୍କଠାରେ ସାରର ଅଭାବ ଦର୍ଶାଯାଇ ଖୋଲା ବଜାରରେ ବ୍ୟାପକ ମାତ୍ରାରେ ସାର କଳା ବଜାରରେ ବିକ୍ରି ହେଉଥିବା ନେଇ ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି । ୟୁରିଆ ସାର ସରକାରୀ ଦର ୨୬୭ ଟଙ୍କା ୫୦ ପଇସା ଥିବା ବେଳେ ଖୋଲା ବଜାରରେ ୫ ଶହ ଟଙ୍କା, ଡିଏପି ୧୩ ଶହ ୫୦ ଟଙ୍କା ଥିବା ବେଳେ ଖୋଲା ବଜାରରେ ୧୮ ଶହ ଟଙ୍କା, ପଟାସ ୧୭ ଶହ ଟଙ୍କା ଥିବା ବେଳେ ଖୋଲା ବଜାରରେ ୧୮ ଶହ ୫୦ ଟଙ୍କା, ଗ୍ରୋମର ସାର ୧୪ ଶହ ୭୦ ଟଙ୍କାର ସରକାରୀ ଦର ଠାରୁ ବହୁ ଅଧିକ ଦରରେ କଳା ବଜାରରେ ଚାଷୀ କିଣିବାକୁ ବାଧ୍ୟ ହେଉଛନ୍ତି । ପଡ଼ୋଶୀ ଛତିଶଗଡ ରାଜ୍ୟରୁ ମଧ୍ୟ ବ୍ୟାପକ ମାତ୍ରାରେ ଭେଜାଲ ସାର ପଦ୍ମପୁର ଅଞ୍ଚଳରେ ବିକ୍ରି ଚାଲିଥିବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ କିମ୍ବା କୃଷି ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ନେଇ ନଥିବାର ଅଭିଯୋଗ ହେଉଛି । ପଦ୍ମପୁର ବିଜେପି କୃଷକ ମୋର୍ଚ୍ଚା ସାରର କୃତ୍ରିମ ଅଭାବ ଓ ଛତିଶଗଡ ରାଜ୍ୟରୁ ଆସୁଥିବା ଭେଜାଲ ସାର ଉପରେ ତୁରନ୍ତ ପଦକ୍ଷେପ ନେବା ପାଇଁ ପଦ୍ମପୁର ଉପଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ମଦନ ମୋହନ ପଟେଲଙ୍କ ନେତୃତ୍ୱରେ ବିଜେପି ବରିଷ୍ଠ ନେତା ରାଜୁ ଘିବେଲା, ଆଇନଜୀବୀ ହରିଶଙ୍କର ସିଂହ, ଆଦିତ୍ୟ ରଥ, ଡା ଶ୍ରୀକାନ୍ତ ପାଣିଗ୍ରାହୀ, କାଉନସିଲର କୁନାଲ ପାଣିଗ୍ରାହୀ, ସୁମିତ ଘିବେଲା, ନଗର ସଭାପତି ସୁନୀଲ ଅଗ୍ରୱାଲ, ଲିଙ୍ଗରାଜ ନିଆଲ, ପ୍ରୀତେଶ ବହିଦାର, ସରୋଜ ପାଣିଗ୍ରାହୀ ଆଦି ଉପସ୍ଥିତ ଥିଲେ ।

babaa
Leave A Reply

Your email address will not be published.