csstore

କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟର ଶେଷ ବର୍ଷର ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁରଠାରେ ଅବସ୍ଥାପିତ କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟରେ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟ ଆନୁକୂଲ୍ୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ମହାବିଦ୍ୟାଳୟ ଅଧ୍ୟୟନରତ ରାଜନୀତି ବିଜ୍ଞାନ କୋଠରୀ ମଧ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଭୂପତି ସାହୁଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । କାର୍ଯ୍ୟକ୍ରମରେ ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକ ଡ଼. ଶିବପ୍ରସାଦ ଦାଶ, ଡ଼. ଗୋକୁଳା ନନ୍ଦ ପାତ୍ର, ଏ. ମାନସା ରେଡ୍ଡି, ଓଡ଼ିଆ ବିଭାଗର ଡ଼. ଧରଣୀଧର ପଣ୍ଡା, ଡ଼. ହୃଷୀକେଶ ପଣ୍ଡା, ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ଡ଼. ପ୍ରଫୁଲ କୁମାର ପାଳ, ଉଦ୍ଭିଦ ବିଜ୍ଞାନର ବରିଷ୍ଠ ପ୍ରାଧ୍ୟାପକ ଡ଼.ସତୀଶ ପ୍ରସାଦ ନାୟକ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ନିମନ୍ତେ ପ୍ରେରଣା ଦେଇଥିଲେ ।

jayashree
Leave A Reply

Your email address will not be published.