csstore

ଓରେଞ୍ଜ ୱାର୍ଣ୍ଣିଙ୍ଗରେ ବଲାଙ୍ଗିର ଜିଲ୍ଲା, ସୂଚନା ଦେଲେ ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ

ବଲାଙ୍ଗିର, (କେପିଏନ୍ଏସ୍‌) : ଗତକାଲି ଠୁ ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଆଜି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହଉଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ହେତୁ ଓରେଞ୍ଜ ୱାର୍ଣ୍ଣିଙ୍ଗରେ ବଲାଙ୍ଗିର ଜିଲ୍ଲା ରହିଥିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଜରୁରୀକାଳୀନ ଅଧିକାରିଣୀ ରିନା କୁମାରୀ ନାଏକ । ତେବେ ଏପର୍ଯ୍ୟନ୍ତ ଜିଲ୍ଲାର ବଲାଙ୍ଗିର ସହରରେ ୧୪.୬, ପୁଇଁନ୍ତଲାରେ ୧୯, ଗୁଡଭେଲାରେ ୭, ଡୁଡୁକାରେ ୩୯, ଦେଓଗାଁରେ ୧୨, ଲୋଇସିଂହାରେ ୧୪, ପାଟଣାଗଡରେ ୪୫, ବେଲାପଡ଼ାରେ୧୭, ଖପ୍ରାଖୋଲରେ ୨, ଟିଟିଲାଗଡରେ ୩୫.୪, ତୁରେକେଳାରେ ୬, ବୋଙ୍ଗୋମଣ୍ଡା ବ୍ଲକରେ ୨୫, ମୁରିବହାଲ ବ୍ଲକରେ ୨୦ ଏବଂ ସଇଁତଳା ବ୍ଲକରେ ୧୩ ମିଲିମିଟର ବର୍ଷା ହୋଇ ସାରିଥିବା ରେକର୍ଡ କରାଯାଇଥିବା ନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀଣୀ ରିନା କୁମାରୀ ନାଏକ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.