csstore

ଅନ୍ତଃରାଷ୍ଟ୍ରୀୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର କରାଟେ ସ୍କୁଲର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଲକତାର ନେତାଜୀ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୬ଷ୍ଠତମ ଆନ୍ତଃରାଷ୍ଟ୍ରୀୟ କରାଟେ ପ୍ରତିଯୋଗିତା ଅଲ ଇଣ୍ଡିଆ ସେଇସିନକାଇ କରାଟେ ଫେଡେରେସନ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଭାରତ ସମେତ ଅନ୍ୟ ଦେଶ ଇରାନ, ପାକିସ୍ଥାନ, ତୁର୍କୀ, ବଙ୍ଗଳାଦେଶ, ମେକ୍‌ସିକୋ, ନେପାଳ, ଇଟାଲୀ ଓ ଜାପାନ ଭାଗ ନେଇଥିଲେ । ବଲାଙ୍ଗିର ଜିଲ୍ଲାରୁ ବଲାଙ୍ଗିର କରାଟେ ସ୍କୁଲ ଆଦିତ୍ୟ ସିଂ ବାରିକ ୧୪ରୁ ୧୫ ବର୍ଷ କାତାରେ ସ୍ୱର୍ଣ୍ଣ, କ୍ରିଷ୍ଣା ନାଏକ ୧୪ରୁ ୧୫ ବର୍ଷ କାତାରେ ସ୍ୱର୍ଣ୍ଣ, ଲୋକେଶ ବାଗ ୧୦ ବର୍ଷ କାତାରେ ସ୍ୱର୍ଣ୍ଣ, ତମନ୍ନା ମେହେର ୧୧ ବର୍ଷ କାତାରେ କାତାରେ ସ୍ୱର୍ଣ୍ଣ ଓ ୩୦ କେଜି କୁମିତିରେ ରୌପ୍ୟ । ସେହିପରି ଅଭିପଶା ହୋତା ୧୧ ବର୍ଷ କାତାରେ ସ୍ୱର୍ଣ୍ଣ ଓ ୩୫ କେଜି କୁମିତେରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତା ଜୁଲାଇ ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ଚାଲିଥିବା ବେଳେ ବଲାଙ୍ଗିର କରାଟେ ସ୍କୁଲର ମୁଖ୍ୟ ହୃଦୟ ଶବର, ପ୍ରଶିକ୍ଷକ ଚନ୍ଦ୍ର ଶେଖର ସେଠ ଓ ଟିମ୍‌ ମ୍ୟାନେଜର ମନଗୋବିନ୍ଦ ମେହେର କୋଲକତା ଅଭିମୁଖେ ଯାତ୍ରା କରିଥିଲେ । ସମସ୍ତ ଆନ୍ତଃରାଷ୍ଟ୍ରୀୟ ପଦକ ବିଜତାମାନଙ୍କୁ ବଲାଙ୍ଗିର ଜିଲ୍ଲା କରାଟେ ସଂଘର ସଭାପତି ବଳରାମ ସିଂ ଯାଦବ, ଉପ-ସଭାପତି ସୁରେଶ ଚନ୍ଦ୍ର ଜାଲ, ଉମେଶ ନନ୍ଦ, ଜିଲ୍ଲା ମୁଖ୍ୟ ପ୍ରଶିକ୍ଷକ ମାନୁଏଲ ନାଗ ଏବଂ କୋଷାଧ୍ୟକ୍ଷ ସରୋଜକାନ୍ତ ବେହେରା ଅଭିନନ୍ଦନ ଜଣାଇଥିଲେ ।

jayashree
Leave A Reply

Your email address will not be published.