csstore

ଭୋଟର କାର୍ଡରେ ଆଧାର ସଂଯୋଗ ସମ୍ପକିତ କର୍ମଶାଳା

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପରିସରରେ ଥିବା ରାଜୀବ ଗାନ୍ଧୀ ସେବା ଭବନଠାରେ ଭୋଟର କାର୍ଡରେ ଆଧାର ସଂଯୋଗ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଉପାଧ୍ୟକ୍ଷ ସୁରେନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ଜିପିଇଓ ଯୁଗଳ କିଶୋର ନାଏକ, ସୁପରଭାଇଜର ସୋମନାଥ ସାହୁ, ପ୍ରଶାନ୍ତ ମିଶ୍ର, ହେମନ୍ତ କୁମାର ନାଏକ, ଗୋପମଣୀ ସାହୁ, ମଧୁସୂଦନ ଧରୁଆ ପ୍ରମୁଖ ଯୋଗ ଦେଇ ଆଧାର ସଂଯୋଗ ପ୍ରକ୍ରିୟା ଗୁଡିକ ଉପରେ ଅଂଶଗ୍ରହଣକାରୀଙ୍କୁ ସଚେତନ କରିବା ସହ ଏହି ବାର୍ତ୍ତାକୁ ଗାଁ ସ୍ତରରେ ପହଞ୍ଚାଇବାକୁ ଅନୁରୋଧ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଲକ୍ଷ୍ମୀ ପ୍ରସାଦ ସାହୁ, ତୈଳିକ ହଳଦିଆ ସାହୁ ସମାଜ ଜିଲ୍ଲା ସମ୍ପାଦକ ନବୀନ କିଶୋର ସାହୁ, ସାଂସଦ ପ୍ରତିନିଧି ରାଜେନ୍ଦ୍ର ନାରାୟଣ ମିଶ୍ର, ବିଜେଡି ନେତା ଦିନବନ୍ଧୁ ସାହୁ, କଂଗ୍ରେସ ନେତା ରଶ୍ମୀକାନ୍ତ ସାହୁ, ପୂର୍ବତନ ସମିତି ସଭ୍ୟ ବିଦେଶୀ ଘିଭେଲା, ତୁଳସୀ ସାହୁ, ଏନ୍‌ଜିଓ କର୍ମୀ, ଗଣମାଧ୍ୟମ ପ୍ରତିନିଧି ଓ ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.