୧୯ ବର୍ଷ ବୟସରେ ଜେରେମି ଲାଲରିନୁଙ୍ଗା ଭାରତର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ ଜିତି ରେକର୍ଡ ସୃଷ୍ଟି କଲେ

ନୂଆଦିଲ୍ଲୀ : ଭାରତୀୟ ଯୁବ ଭାରୋତ୍ତୋଳକ ଜେରେମି ଲାଲରିନୁଙ୍ଗା କମନ୍‌ୱେଲ୍‌ଥ୍‌ ଗେମ୍ସ ୨୦୨୨ ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ୧୯ ବର୍ଷ ବୟସ୍କ ଭାରୋତ୍ତୋଳକ ପୁରୁଷ ୬୭ କିଲୋଗ୍ରାମ ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । କମନ୍‌ୱେଲ୍‌ଥ୍‌ ଗେମ୍ସ ୨୦୨୨ ରେ ଏହା ହେଉଛି ଭାରତର ଦ୍ୱିତୀୟ ସ୍ୱର୍ଣ୍ଣ ପଦକ । କମନ୍‌ୱେଲ୍‌ଥ୍‌ ଗେମ୍ସରେ ୩୦୦ କିଲୋଗ୍ରାମ (୧୪୦ + ୧୬୦ କେଜି) ଉଠାଇବାକୁ ଲାଲରିନୁଙ୍ଗାଙ୍କ ଉଦ୍ୟମ ସଫଳ ହୋଇଥିଲା । ଜେରେମି ଚାରି ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ତ୍ରିରଂଗାର ଗୌରବ ବୃଦ୍ଧି କରିଛନ୍ତି । ୨୦୧୮ ଯୁବ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବ୍ୟତୀତ ସେ ଗତ ବର୍ଷ କମନୱେଲଥ ଗେମ୍ସରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ । ବର୍ତ୍ତମାନ ସେ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ସ୍ୱର୍ଣ୍ଣ ପଦକ ପାଇବେ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.