ହିରାଧାରବାଟି କେନାଲରେ ପାଣି ଆସିଲା

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ପୁରୁଷୋତ୍ତମପୁର ବ୍ଲକ ଅଞ୍ଚଳରୁ ଗଞ୍ଜାମ ବ୍ଲକ ପର୍ଯ୍ୟନ୍ତ ଆସିଥିବା ହିରାଧାରବାଟି କେନାଲରେ ପାଣି ଆସିଥିବା ଲକ୍ଷ କରାଯାଇଛି । ଯାହାକୁ ନେଇ ଚାଷୀକୂଳ ମଧ୍ୟରେ ଆସ୍ୱସ୍ତି ପରିଲକ୍ଷିତ ହୋଇଛି । ଗଞ୍ଜାମ ବ୍ଲକ ଅଂଚଳରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଶଷ୍ୟକ୍ଷେତ୍ର ଗୁଡିକ ପଡିଆ ପଡି ରହିଥିବା ଦେଖିବାକୁ ମିଳିଛି । ଚାଷୀମାନଙ୍କ ଉଦ୍ୟମ ଯୋଗୁଁ ତଳି ଉଠିଥିବା ବେଳେ ଚାଷଜମି ଶୁଖିଲା ପଡିରହିଥିବା ଯୋଗୁଁ ରୁଆ ବେଉଷା ହୋଇପାରିନାହିଁ । କେନାଲରେ ପାଣି ଆସିବା ଫଳରେ ଚାଷୀ ଶଷ୍ୟକ୍ଷେତ୍ରରେ ପାଣି ମଡ଼ାଇ ରୁଆ ରୁଇ କରିବା ପାଇଁ ପ୍ରସ୍ତୁତ ହେବେ ବୋଲି କଲ୍ୟାଣପୁର ଗ୍ରାମର ଚାଷୀ କେ.ଘନଶ୍ୟାମ ରେଡ୍ଡୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.