pr

ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡାଙ୍କୁ ବିଦାୟ ସମ୍ବର୍ଦ୍ଧନା

dr. purohit

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶାରୀରିକ ଶିକ୍ଷା ନିରୀକ୍ଷକ ଜ୍ୟୋତି ପ୍ରସାଦ ପରିଡାଙ୍କ ବିଦାୟ ସମ୍ବର୍ଦ୍ଧନା ସଭା ଖପ୍ରାଖୋଲ ଏବିଇଓ ମିନିକେତନ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ଭାରପ୍ରାପ୍ତ ଶାରୀରିକ ଶିକ୍ଷା ନିରୀକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଳ, ସମ୍ମାନିତ ଅତିଥି ଭାବେ ଲୁହାସିଂହା ସର୍ବୋଦୟ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ରାଧାକାନ୍ତ ସୁଆର ପ୍ରମୁଖ ଉପସ୍ଥିତ ରହିଥିଲେ । ଉକ୍ତ ସମ୍ବର୍ଦ୍ଧନା ସଭାରେ ପ୍ରଥମେ ଶାରୀରିକ ଶିକ୍ଷୟିତ୍ରୀ ସ୍ୱର୍ଗତ ଗମନୀ ନାୟକଙ୍କ ଆତ୍ମାର ଶାନ୍ତି କାମନା କରି ଗୋଟିଏ ମିନିଟ ପାଇଁ ନିରବ ପ୍ରାର୍ଥନା କରିଥିଲେ । ପରେ ସଭାରେ ସମସ୍ତ ଅତିଥିମାନେ ବିଦାୟୀ ଶ୍ରୀ ପରିଡାଙ୍କ ଦକ୍ଷତାର ଭୂୟସୀ ପ୍ରଶଂସା କରିବା ସହ ନୀତି ଆଦର୍ଶ ଓ ମହନୀୟ ଗୁଣର ଗୁଣଗାନ କରିଥିଲେ । ବଲାଙ୍ଗିର ଜିଲ୍ଲା ପ୍ରତି ତାଙ୍କର ୧୨ ବର୍ଷର କାର୍ଯ୍ୟମାନ ବର୍ଣ୍ଣନା କରିଥିଲେ । ଏହି ସମ୍ବର୍ଦ୍ଧନା ସଭାକୁ ଶିକ୍ଷକ ରଜତ କୁମାର ଦାଶ ପରିଚାଳନା କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସାରଙ୍ଗଧର ଠାକୁର ଏବଂ ତେଲେନପାଲି ନବରତ୍ନ ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ପ୍ରମୋଦ କୁମାର ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଶାରୀରିକ ଶିକ୍ଷା ଶିକ୍ଷକ କ୍ଷୀରସିନ୍ଧୁ ବେହେରା, ପ୍ରଦୀପ ସାହୁ, ଈଶ୍ୱର ଚନ୍ଦ୍ର ପଧାନ, ମାଝୀ ସାହୁ, ପଞ୍ଚାନନ ବିଶ୍ୱାଳ, ଦୋଳଗୋବିନ୍ଦ ମୁଣ୍ଡା, ଶ୍ରୀରାମ ସାହୁ, ଫଲ୍ଗୁନୀ ବାରିକ, ଡୋଲାମଣୀ ପଧାନ, ଗଗନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.