oom

ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ପକ୍ଷରୁ ଭଟଲି ବ୍ଲକ କୁଲିଆରି ଡ୍ୟାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

jsmm

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଜର୍ଣ୍ଣାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ପକ୍ଷରୁ ଭଟଲି ବ୍ଲକ କୁଲିଆରି ଡ୍ୟାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ନୂଆଗଡ କ୍ରୀଡା ସଂସଦ ଓ ସରପଞ୍ଚଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୁଲିଆରି ଡ୍ୟାମକୁ ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ଉଦ୍ଦେଶ୍ୟରେ ଏଠାରେ ବୃକ୍ଷ ରୋପଣ କରାଯାଇଛି । ଏହା ଦ୍ୱାରା ଜନସାଧାରଣଙ୍କ ସାମାଜିକ ବନୀକରଣ ଉପରେ ଆଗ୍ରହ ବଢିବା ସହ ଶୀତ କାଳରେ ଜନସାଧାରଣ ଏଠାରେ ବଣ ଭୋଜି କରିବାକୁ ପସନ୍ଦ କରିବେ । ଏହି ଅବସରରେ ସ୍ଥାନୀୟ ସରପଞ୍ଚ ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଉଦ୍ୟମରେ ଏଠାରେ ଏକ ପାର୍କର ସ୍ଥାପନ ପାଇଁ ପ୍ରସ୍ତାବ ସରକାରଙ୍କ ପାଖକୁ ଯାଇଥିବାର ସୂଚନା ଦେଇଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସଂଘର ସଭାପତି ରବି ପଣ୍ଡାଙ୍କ ତତ୍ୱାବଧାନରେ ଓ ସମ୍ପାଦକ ଯୁଧିଷ୍ଠିର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସରପଞ୍ଚ ଦୁର୍ବାସା ପ୍ରଧାନ, ନୂଆଗଡ କ୍ରୀଡା ସଂସଦର ସଭାପତି ସତ୍ୟରାମ ଖମାରୀ, ସମ୍ପାଦକ ରମାଞ୍ଚଲ୍ ଖମାରୀ, ସଦସ୍ୟ ମନସୀ ପାତ୍ର, ଆନନ୍ଦ ସାହୁ, କିଶୋର ଖମାରୀ, ଅଶ୍ଵିନୀ ସାହୁ, ତ୍ରିଲୋଚନ ଖମାରୀ, ରିଙ୍କୁ ସାହୁ, ପ୍ରଶାନ୍ତ ଖମାରୀ, ଦାଶରଥି ସାହୁ, ମିନିଷ୍ଟର ବାରିକ, ବିଜୟ ପ୍ରଧାନ, ମନ୍ତ୍ରୀ ପ୍ରଧାନ, ଦାଶରଥି ସାହୁ, ଓୟୁଜେର ସଙ୍ଗଠନ ସମ୍ପାଦକ ବିଜୟ ସାହୁଙ୍କ ସମେତ ସଂଘର ସମସ୍ତ ୧୨ଟି ବ୍ଲକର ସଦସ୍ୟମାନେ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଗାମୀ ଅଗଷ୍ଟ ମାସ ୧୫ ତାରିଖ ମଧ୍ୟରେ ଆହୁରି ଅନେକ ସ୍ଥଳରେ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ରକ୍ରମ ଆୟୋଜନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

jittmm
Leave A Reply

Your email address will not be published.