ମହିଳା ସଂଗଠନ ପକ୍ଷରୁ ଗାଁ ସଫେଇ କାର୍ଯ୍ୟକ୍ରମ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ନୁନିଆପାଲି ଗ୍ରାମ ପଂଚାୟତ ଅନ୍ତର୍ଗତ ପାଣ୍ଡେସରା ଗ୍ରାମର ମହିଳା ସଂଗଠନ ତରଫରୁ ଗାଁ ଦାଣ୍ଡ ଓ ବନ୍ଧରେ ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଏଥିରେ ସଂଗଠନ ୮୦ ଜଣ ମହିଳା ସକ୍ରିୟ ଅଂଶଗ୍ରହଣ କରି ଗ୍ରାମର ଅଙ୍ଗନବାଡି କେନ୍ଦ୍ରଠାରୁ ଆରମ୍ଭ କରି ସମସ୍ତ ଗଳିକନ୍ଦି, ନଳକୂପ ତଥା ରାସ୍ତା ସଫା କରିବା ସହିତ ବିଶୋଧକ ପାଉଡର ପକାଇଥିଲେ । ଏଥି ସହିତ ପୋଖରୀ ଆଡ଼ି ଓ ଭିତରେ ପଡ଼ିଥିବା ମଇଳାକୁ ସମ୍ପୂର୍ଣ୍ଣ ମାତ୍ରାରେ ସଫେଇ କରିଥିଲେ । ସାମୁହିକ ଭାବେ ଏଭଳି କାର୍ଯ୍ୟକ୍ରମ କରିବା ଦ୍ୱାରା ମହିଳାମାନେ ସଚେତନ ହୋଇ ଆଗାମୀ ଦିନରେ ଅନ୍ୟାନ୍ୟ ସମସ୍ୟା ଗୁଡିକର ସମାଧାନ କରି ପାରିବେ ବୋଲି ଆତ୍ମ ପ୍ରତ୍ୟୟ ପାଇଛନ୍ତି । ଏହି ସଫେଇ କାର୍ଯ୍ୟକ୍ରମରେ ଗ୍ରାମର ଅଙ୍ଗନବାଡି କର୍ମୀ ଦଶମୀ ତାଣ୍ଡି, ଗୁପ୍ତେଶ୍ୱରୀ ପଧାନ, ନମିତା ପଧାନ, ଆଶା କର୍ମୀ ଭାନୁମତି ସାହୁ ଏବଂ ପଲ୍ଲୀ ଆଲୋକ ପାଠାଗାର ନଅଗାଁର ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରହଲ୍ଲାଦ ପଧାନ, ପିଣ୍ଟୁ ପଧାନ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.