ମୋ ଅନୁଭୂତି : ବେଳେ ବେଳେ ଦିଲ୍ଲୀରୁ ଡ଼ାକରା ଆସେ – ପ୍ରଦୀପ ପୁରୋହିତ

ପ୍ରଥମ ଥର ପାଇଁ ମୁଁ ଦିଲ୍ଲୀ ଯାଇଥିଲି ୧୯୯୦ ମସିହାରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ଜୀଙ୍କୁ ଭେଟିବା ପାଇଁ । ସେ ସମୟର ରେଲୱେ ମନ୍ତ୍ରୀ ଥିବା ଭକ୍ତ ଚରଣ ଦାସ ଓ ପ୍ରଧାନମନ୍ତ୍ରୀଙ୍କ ପାର୍ଲାମେଣ୍ଟ ସଚିବ ନକୁଳ ନାୟକ ଗନ୍ଧମାର୍ଦ୍ଦନରେ ବାଲକୋ ଖଣି ପ୍ରକଳ୍ପ ବାତିଲ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ଡାକିଥିଲେ । ନିରଂଜନ ବିଦ୍ରୋହୀଙ୍କ ନେତୃତ୍ଵରେ ମୁଁ ଓ ରାମଚନ୍ଦ୍ର ସାହୁ ପ୍ରଧାନମନ୍ତ୍ରୀଙ୍କୁ ଜାନୁଆରୀ ୮ ତାରିଖ ଦିନ ପାର୍ଲାମେଣ୍ଟରେ ସାକ୍ଷାତ କଲୁ । ଦିଲ୍ଲୀରେ ଏକ ବୈଠକରେ ଯୋଗଦେବା ପାଇଁ ଡ଼ାକରା କେ ଭି ସିଂହଦେଓ ଓ ବସନ୍ତ ପଣ୍ଡାଙ୍କ ଯାଇଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଆମ ସମସ୍ତଙ୍କ ନମସ୍ୟ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ଖବର ପାଇଲୁ । ସେ ଦିନ ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତିମ ଯାତ୍ରାରେ ଶେଷ ଦର୍ଶନ କରିବା ମୋ ପାଇଁ ଏକ ଐତିହାସିକ ମୁହୁର୍ତ୍ତ ଥିଲା । ୫ ବର୍ଷ ତଳେ ରାଷ୍ଟ୍ରପତି ପଦବୀ ପାଇଁ ଏନ୍ଡ଼ିଏ ପ୍ରାର୍ଥୀ ହୋଇଥିବା ରାମନାଥ କୋବିନ୍ଦଙ୍କ ନାମାଙ୍କନ ପତ୍ର ଦାଖଲ ସମୟରେ ଜଣେ ସମର୍ଥକ ଭାବେ ଦସ୍ତଖତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡାକରାରେ ଦିଲ୍ଲୀରେ ସେହି ଐତିହାସିକ ସମୟରେ ସାମିଲ ହେଲି । ଗତକାଲି ଓଡ଼ିଶା ମାଟି ପାଇଁ ଗର୍ବ ଓ ଗୌରବର ଦିନ ଥିଲା ଯେତେବେଳେ ଓଡ଼ିଶା ମାଟିର ଝିଅ ଶ୍ରୀମତୀ ଦୌପଦୀ ମୁର୍ମୁ ଏନ୍‌ଡ଼ିଏ ପ୍ରାର୍ଥୀ ଭାବେ ଦେଶର ସର୍ବୋଚ୍ଚ ପଦବୀ ତଥା ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ । ସନ୍ଧ୍ୟାରେ କଳାହାଣ୍ଡିର ସାଂସଦ ବସନ୍ତ ପଣ୍ଡାଙ୍କ ସହ ଶ୍ରୀମତି ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବାର ସୁଯୋଗ ମିଳିଲା ।

Leave A Reply

Your email address will not be published.