ଶ୍ରୀ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ତରଫରୁ ପୁସ୍ତକ ଲୋକାର୍ପଣ ଉତ୍ସବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଶ୍ରୀ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ତରଫରୁ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟାଳୟଠାରେ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୋକୁଳାନନ୍ଦ ଦାସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବକାଶରେ ପ୍ରଫେସର ସୁରେନ୍ଦ୍ର ନାଥ ଦାଶ, ଡ. ସ୍ମରିତା ପ୍ରଧାନଙ୍କ ଦ୍ୱାରା ସଂପାଦିତ ପୁସ୍ତକ ଭୀମଭୋଇଙ୍କ ସ୍ତୁତି ଚିନ୍ତାମଣି, ପୁସ୍ତକକୁ ଉନ୍ମୋଚନ କରି ପ୍ରଫେସର ଦାସ ଜଣେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଗଣିତ ବିଭାଗୀୟ ପ୍ରଫେସର ହେଲେ ମଧ୍ୟ ଶ୍ରୀ ଜଗନ୍ନାଥଙ୍କର ଅଲୌକିକତା ଏବଂ ରହସ୍ୟମୟତା ଉପରେ ନିଜର ଅଲୌକିକ ଅନୁଭୂତି ଉପସ୍ଥାପନା କରିଥିଲେ । ବିଶେଷ କରି ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଥିବା ସମୟରେ ଶ୍ରୀ ଜଗନ୍ନାଥଙ୍କର ଅଲୌକିକ ସତ୍ତାକୁ ଉପଲବ୍ଧି କରିଥିବା କଥା ଅବତାରଣା କରିଥିଲେ । ସମ୍ମାନିତ ଅତିଥି ଡ଼. ପୀତବାସ ରାଉତରାୟ ପ୍ରତିଷ୍ଠାନ ଦ୍ୱାରା ସଂପାଦିତ ‘ଭାବସମୁଦ୍ର’ର ଚତୁର୍ଥ ସଂସ୍କରଣ ଉନ୍ମୋଚନ କରି ତାଙ୍କ ଅନନ୍ୟ ଶ୍ରୀ ଜଗନ୍ନାଥ ସଂସ୍ଥାନ ଦ୍ୱାରା ଦୀର୍ଘ ଷୋହଳ ବର୍ଷ ଧରି ପ୍ରକାଶିତ ହେଉଥିବା ଅନୁଭୂତିରେ ଶ୍ରୀ ଜଗନ୍ନାଥ ପୁସ୍ତକର ସଂପାଦନାରେ ଶ୍ରୀ ଜଗନ୍ନାଥଙ୍କ କରୁଣା ଓ ଆଶୀର୍ବାଦରୁ ତାହା କିପରି ସଫଳ ହୋଇପାରିଛି ବହୁ ଦୃଷ୍ଟାନ୍ତ ସହ ଉପସ୍ଥାପନା କରିଥିଲେ । ଉତ୍ସବରେ ସଭାପତିତ୍ୱ କରିଥିଲେ ପ୍ରତିଷ୍ଠାନର ସଭାପତି ପ୍ରଫେସର ସୁରେନ୍ଦ୍ର ନାଥ ଦାଶ, ଆମନ୍ତ୍ରିତ ଅତିଥିମାନଙ୍କର ସ୍ୱାଗତ ଓ ପରିଚୟ ସହ ପୁସ୍ତକ ଦୁଇଟିକୁ ସମୀକ୍ଷା ମଧ୍ୟ କରିଥିଲେ । ଉକ୍ତ ଉତ୍ସବରେ ପ୍ରଫେସର ନାରାୟଣ ସାହୁ, ପ୍ରଫେସର ପ୍ରମୋଦ କୁମାର ପରିଡ଼ା, ପ୍ରାଧ୍ୟାପକ ରୁଦ୍ରନାରାୟଣ ମହାପାତ୍ର, ଡ଼. ନିବେଦିତା ମହାନ୍ତି, ଡ଼. ସ୍ମରିତା ପ୍ରଧାନ, ପୁସ୍ତକ ପ୍ରକାଶକ ବିଜୟ କୁମାର ମହାପାତ୍ର ତଥା ଗବେଷକ ଲିଙ୍ଗରାଜ ରଥ ସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.