oom

ହମିରପୁର ଉନ୍ନୟନ ପରିଷଦର ବୃକ୍ଷ ରୋପଣ କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ବନମହୋତ୍ସବ କାର୍ଯ୍ୟକ୍ରମ ଉପଲକ୍ଷେ ହମିରପୁର ରାମକୃଷ୍ଣ ମନ୍ଦିର ରୋଡ ଉଭୟ ପାର୍ଶ୍ବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରଯାଇଥିଲା । ପରିଷଦର ସଭାପତି ଡ. ସୁମନ ଦତ୍ତଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହମିରପୁରର ବରିଷ୍ଠ ନାଗରିକ ଲାଜରୁସ ତିର୍କୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁରଥ ବାଗ, ସୁଧାକର ମୁନୀ, ଅମନ ବାରା, ପ୍ରଫୁଲ୍ଲ ଦାସ, ଡାକ୍ତର ଗୋପାଳ ଚନ୍ଦ୍ର ରାୟ, ଅଗସ୍ତି ଦାସ, ବସନ୍ତ ଦେହୁରୀ, ଅମିତ ଚୌଧୁରୀ, ବିଷ୍ଣୁଚରଣ ନାୟକ, ଆଲବର୍ଟ ବାହାଲା, ନିରଞ୍ଜନ ନାୟକ, ଲାଲମା ତିର୍କୀ ପ୍ରମୁଖ ରାସ୍ତାର ଉଭୟ ପାର୍ଶ୍ବରେ ପ୍ରାୟ ୫୦ଟି ବୃକ୍ଷ ରୋପଣ କରିଥିଲେ । ଶେଷରେ ଡ. ଦତ୍ତ ବୃକ୍ଷ ରୋପଣର ଉପଯୋଗିତା ଓ ଉପକାରିତା ସଂପର୍କରେ ଆଲୋଚନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.