କର୍କଟ ରୋଗରେ ଶିକ୍ଷାବିତ ପୀତବାସ ପ୍ରଧାନଙ୍କ ଦେହାନ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କର୍କଟ ରୋଗରେ ଶିକ୍ଷାବିତ ପୀତବାସ ପ୍ରଧାନଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି । ସେ ଖୁବ୍‌ ଭଲ ଛାତ୍ର ଏବଂ ବହୁତ ଛୋଟବେଳୁ ସେ ଖୁବ୍‌ ପରିଶ୍ରମୀ ଥିଲେ । ଆଉ ଅନେକ କିଛି ଭଲ କାମ ଯଥା ସମାଜସେବା ଓ ଜନମଙ୍ଗଳ କାର୍ଯ୍ୟ କରି ତାଙ୍କ ଇଚ୍ଛାଶକ୍ତିକୁ ପୂରଣ କରି ଆସିଥିଲେ । ସେ ଜୀବନ ଜୀଇଁବାକୁ ସତଚେଷ୍ଟାରେ ଲଢେଇ କରୁଥିଲେ । ଅନେକ ଦିନ ଧରି ସେ କ୍ୟାନ୍ସର ରୋଗରେ ପୀଡିତ ଥିଲେ । କ୍ୟାନ୍ସର ଚିକିତ୍ସା ପରେ ଶରୀରର ଅବସ୍ଥା ଆହୁରି ଶୋଚନୀୟ ହୋଇ ଯାଇଥିଲା । ସେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ର ଥିବା ସମୟରେ ଛୋଟ ଛୋଟ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ । ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାଠାରେ କର୍କଟ ରୋଗରେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ । ଅର୍ଥରେ ବାଧକ ସାଜିଥିଲା । ସେଠାରେ ଚିକିତ୍ସାରେ ଭଲ ନ ହେବା ପରେ ନିଜ ଗ୍ରାମ ସୋରଡ଼ା ବିଷ୍ଣୁପୁରଠାରେ ଏକ ଆୟୁର୍ବେଦ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଶନିବାର ତାଙ୍କ ଘର ବିଷ୍ଣୁପୁର ଗ୍ରାମ (ସୋରଡ଼ା)ରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ତାହାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.