pr

ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ଶିଳ୍ପ ତାଲିମ କେନ୍ଦ୍ରଠାରେ ବିଶ୍ଵ ଯୁବ ଦକ୍ଷତା ଦିବସ ପାଳିତ

dr. purohit

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଜିଲ୍ଲା ନିୟୋଜନ ଅଫିସ ଆନୁକୁଲ୍ୟରେ ନାଗେନ୍‌ପାଲି ଛକ ସ୍ଥିତ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ଶିଳ୍ପ ତାଲିମ କେନ୍ଦ୍ର, ବରଗଡ଼ଠାରେ ବିଶ୍ଵ ଯୁବ ଦକ୍ଷତା ଦିବସ ପାଳିତ ହୋଇଯାଇଛି । ପ୍ରଥମେ ଛାତ୍ରମାନଙ୍କୁ ନେଇ ଏକ ରୋଡ ସୋ’ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀମତୀ ବିଦ୍ୟୁତପ୍ରଭା ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ନବୀନ କୁମାର ପଟେଲ ଯୋଗଦାନ କରି ସମ୍ପ୍ରତି ଯୁବକମାନଙ୍କ ଭିତରେ ଅନ୍ତର୍ନିହିତ ଦକ୍ଷତାର ବିକାଶ ଘଟାଇବା ସହ ନିଯୁକ୍ତି ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରଫେସର ଡ଼ା. ସୁଶାନ୍ତ ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ବିଭିନ୍ନ ଦେଶର ଦକ୍ଷତା ବିକାଶ ଉପରେ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରି ଆଜିର ଯୁବ ସମାଜ ନିଜର ଦକ୍ଷତା ପ୍ରତିପାଦନ କରି ଦେଶକୁ ଆଗେଇ ନେବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଶୀନାଥ ପଧାନ ଓ ସାହରୁକ୍ ଖାନ ରୋଲ ମଡେଲ ଭାବରେ ଯୋଗ ଦେଇ ଆଇଟିଆଇ ପାଠ ପଢି ନିଜର ଦକ୍ଷତା ଓ ଅଭିଜ୍ଞତା ବଳରେ ସେମାନଙ୍କର ସଫଳତା ସମ୍ପର୍କରେ ଅବଗତ କରିଥିଲେ । ଉକ୍ତ ସଭାରେ ଅନୁଷ୍ଠାନର ଅଧ୍ୟକ୍ଷ ସରୋଜ କୁମାର ମାଝୀ ସ୍ୱାଗତ ଭାଷଣ ଦେଇଥିବା ବେଳେ କୁମାରୀ ଅଦିତି କର ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ନିୟୋଜନ ସଂଯୋଜକ ସିମାଞ୍ଚଳ ନାୟକଙ୍କ ମାର୍ଗଦର୍ଶନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦକ୍ଷତା ବିକାଶ ଉପରେ ବକୃତା, ବୈଷୟିକ ଚିତ୍ରାଙ୍କନ ଦକ୍ଷତା, ପ୍ରକଳ୍ପ ପ୍ରଦର୍ଶନ ପ୍ରତିଯୋଗିତା ଅନୁଷ୍ଠିତ କରି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନୁଷ୍ଠାନର ସମସ୍ତ କର୍ମଚାରୀ ସହଯୋଗ କରିଥିଲ ।

nrusinghnath
Leave A Reply

Your email address will not be published.