ଶ୍ରୀନଗର : ଜାମ୍ମୁ କାଶ୍ମୀରର ଉଦ୍ଦମପୁର ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାରେ ଏକ ବସ୍ ଯାଉଥିବା ବେଳେ ଗୋଟିଏ ଘାଇ ଭିତରକୁ ଖସିପଡ଼ିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହେବା ସହିତ ୧୦ ଜଣ ଆହତ ହୋଇଥିବା ଜଣାପଡିଛି । ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ଏହି ଘଟଣାରେ ରାଜ୍ୟ ମନ୍ତ୍ରୀ ଜିତେନ୍ଦର ସିଂହ ଶୋକ ପ୍ରକାଶ କରିଛନ୍ତି । ଖବର ଅନୁସାରେ ଜାମ୍ମୁ କାଶ୍ମୀରର ରାମନଗର ଗୁଣ୍ଡିଆ ଗାଁରୁ ବିବାହ ଉତ୍ସବ ପାଇଁ ଏକ ବସ୍ ଯାଉଥିଲା । ଏହା ମଧ୍ୟରେ ରାସ୍ତାରେ ବସ୍ଟି ଏକ ଘାଇରେ ଖସିପଡ଼ିଥିଲା । ବସ୍ ଦୃତ ଗତିରେ ଯାଉଥିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି କୁହାଯାଇଛି । ସେପଟେ କେନ୍ଦ୍ରୀୟ ବିଜ୍ଞାନ ଓ ପ୍ରାଦ୍ୟୋଗିକ ରାଜ୍ୟମନ୍ତ୍ରୀ ଜିତେନ୍ଦର ସିଂହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
Prev Post