csstore

ମହର୍ଷି ବୁଦ୍ଧରାମ ଡିଗ୍ରୀ କଲେଜରେ ବନ ମହୋତ୍ସବ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ସ୍ଥିତ ମହର୍ଷି ବୁଦ୍ଧରାମ ଡିଗ୍ରୀ ମହାବିଦ୍ୟାଳୟ (ଗୋବିନ୍ଦବିହାର)ଠାରେ କଲେଜର ଅଧ୍ୟକ୍ଷ ସଚ୍ଚିଦାନନ୍ଦ ରଥଙ୍କ ଅଧ୍ୟକ୍ଷତା ଏବଂ କଲେଜର ଏନ୍ ଏସ୍‌ଏସ୍ ଓ ଯୁବ ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ କାଉନସିଲର୍ ଅଧ୍ୟାପିକା ରୋଜି ମାହାଣା, ଅଧ୍ୟାପକ ଉମାକାନ୍ତ ନାଗ ଏବଂ ବିକାଶ ଝାଙ୍କରଙ୍କ ପରିଚାଳନାରେ ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପାଇକ ବାହାଲ ସରପଞ୍ଚ ଗଣନାଥ ସାହୁ, ସମ୍ମାନିତ ଅତିଥି ଭାବରେ ନାରାୟଣପୁର ବନ ବିଭାଗର ଫରେଷ୍ଟର କିରଣ କୁମାର ବିଶୋଇ, ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ବାଳଗୋପାଳ ପଣ୍ଡା, ଅଧ୍ୟାପକ ପ୍ରିୟବ୍ରତ ମହାକୁର, ଅଧ୍ୟାପକ ମଧୁମଙ୍ଗଳ ଖମାରୀ, ଯୋଗ ଦେଇ ବୃକ୍ଷ ରୋପଣର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ । ଅଧ୍ୟାପକ ବିକାଶ ଝାଙ୍କର ଧନ୍ୟବାଦ ଅର୍ପଣ କରିଥିଲେ । ମହାବିଦ୍ୟାଳୟର କମିଟି ସଦସ୍ୟ ଚୈତନ୍ୟ ବାରିକ, ହୃଷୀକେଶ ପାତ୍ର, ମହାଦେବ ଜେନା, ସବ୍ୟସାଚୀ ଦଣ୍ଡସେନା, ସିଦ୍ଧାର୍ଥ ଅଗ୍ରୱାଲ ଯୋଗଦେଇ ବହୁ ଛାତ୍ରଛାତ୍ରୀଙ୍କ ସହିତ ମିଳିତ ଭାବରେ କଲେଜ ପରିସରରେ ବିଭିନ୍ନ ବୃକ୍ଷର ୧୫୦ରୁ ଅଧିକ ଚାରା ରୋପଣ କରାଯାଇଥିଲା । କଲେଜର ସମସ୍ତ କର୍ମଚାରୀ ବୃନ୍ଦଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସାଫଲ୍ୟ ମଣ୍ଡିତ ହୋଇଥିଲା ।

jayashree
Leave A Reply

Your email address will not be published.