କନ୍ଦାଜୁରୀ ଛକରେ ସଡକ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ କନ୍ଦାଜୁରୀ ଗ୍ରାମରେ ସଡକ ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ବାଇକ ଆରୋହୀ ଜଣକ ହେଲେ ଲୋଇସିଂହା ବ୍ଲକ ଅନ୍ତର୍ଗତ ଦୁମ୍‌ଦୁମି ଗ୍ରାମର ଚୈତନ୍ୟ ନାଏକ । ସୂଚନା ଅନୁସାରେ ମୃତ ଚୈତନ୍ୟ କୌଣସି କାମରେ ଏକ ହିରୋହଣ୍ଡା ବାଇକ ଯୋଗେ ବାହାରି ଥିବା ବେଳେ କନ୍ଦାଜୁରୀ ଛକରେ ଏକ ହାଇଡ୍ରା ଧକ୍କାରେ ମୃତ୍ୟୁ ବରଣ କରିଥିଲେ । ଲୋଇସିଂହା ପୁଲିସ ଶବକୁ ଜବତ କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

Leave A Reply

Your email address will not be published.