jsm

ଶିବତଲା ହରଗୌରୀ ସୌନ୍ଦର୍ଯ୍ୟକରଣ ସଂଗଠନ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିବତଲା ହରଗୌରୀ ସୌନ୍ଦର୍ଯ୍ୟକରଣ ସଂଗଠନ ତରଫରୁ ଏବଂ ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନରର ଯୋଗ ପ୍ରଶିକ୍ଷକ ଅରୁଣ କୁମାର ଯୋଶୀଙ୍କ ଦ୍ଵାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଉକ୍ତ ଯୋଗ ଦିବସ ଅବସରରେ ଆନ୍ତର୍ଜାତୀୟ ପ୍ରୋଟୋକଲ ଅନୁଯାୟୀ ସମସ୍ତ ପ୍ରକାର ଯୋଗ ପ୍ରାଣାୟମ କରାଯାଇଥିଲା । ଉକ୍ତ ଦିବସରେ ସୌନ୍ଦର୍ଯ୍ୟକରଣ ସଂଗଠନର ସମ୍ପାଦକ ହୋଲିଶ୍ୱର୍ ଧରୁଆ, ଉପସଭାପତି ନବୀନ କୁମାର ସାହୁ ପୂର୍ବତନ ସରପଞ୍ଚ ବାଳକୃଷ୍ଣ ବେହେରା ସୋମନାଥ ପଟେଲ, ରିଙ୍କୁ ଦାସ, ସନ୍ତୋଷ ଧରୁଆ, ଗୋପାଳ ବେହେରା, କୁନା ବେହେରା, ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନର ସଭାପତି ବିରଞ୍ଚି ଗହୀର, ସମ୍ପାଦକ ସହଦେବ ଧରୁଆ, କୋଷାଧ୍ୟକ୍ଷ ସୂର୍ଯ୍ୟପ୍ରକାସ ସେଠୀ ପ୍ରମୁଖ ସହଯୋଗ କରିଥିଲେ । ଯୋଗ ପରିବାର ଓ ଗ୍ରାମର ଅନେକ ଛାତ୍ରଛାତ୍ରୀ ତଥା ଗ୍ରାମର ଆବାଳ ବୃଦ୍ଧ ବନିତା ଶତାଧିକ ଭଦ୍ର ବ୍ୟକ୍ତି ଉପସ୍ଥିତି ରହି ଯୋଗ ଦିବସ ପାଳନ କରିଥିଲେ ।

yuvodaya
Leave A Reply

Your email address will not be published.