ଓଲଟିଲା ପରିବା ବୋଝେଇ ଟ୍ରକ୍

ବିନିକା : ସୋନପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଭବିଷ୍ୟ ବିଦ୍ୟାଳୟ ନିକଟରେ ଏକ ପରିବା ବୋଝେଇ ଟ୍ରକ୍‌ ରାୟୁପୁରରୁ ବ୍ରହ୍ମପୁର ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଥିବା ସୂଚନା ମିଳିଛି । ସୂଚନା ମୁତାବିକ, ଟ୍ରକଟି ପରିବା ବୋଝେଇ କରି ରାୟପୁରରୁ ବ୍ରହ୍ମପୁର ଯାଉଥିଲା । ହେଲେ ଟ୍ରକଟି ବରଗଡ଼-ସୋନପୁର ମୁଖ୍ୟରାସ୍ତା ବିନିକା ଭବିଷ୍ୟ ବିଦ୍ୟାଳୟ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିପଡିଥିଲା । ଯାହାଫଳରେ ଗାଡି ଡ୍ରାଇଭର ସାମାମ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଟ୍ରକର ସମ୍ମୁଖ କାଚ ଭାଙ୍ଗି ବାହାରକୁ ବାହାର କରିଥିଲେ । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.