କୃଷି ବୀମା ପ୍ରଦାନ ଦାବୀରେ ଟିକ୍ରାପଡା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଘେରାଉ ଓ ଧାରଣା 

ସଇଁତଲା, (ପ୍ରମୋଦ ସେଲମା) : ଗତ ୨୦୧୮ ମସିହାରେ ଖରିଫ ଫସଲ କୃଷିବୀମା ପ୍ରଦାନ ଦାବୀ ନେଇ ଭାରତୀୟ କିଷାନ ସଂଘ ସଇଁତଲା ବ୍ଲକ ଶାଖା ଆନୁକୂଲ୍ୟରେ ଗୁରୁବାର ଟିକ୍ରାପଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଘେରାଉ କରିବା ସହ ଧାରଣା ଦିଆଯାଇଥିଲା । ସଂଘର ଜିଲ୍ଲା କମିଟି ସଦସ୍ୟ ମୋହନ ନାଏକ ତତ୍ତ୍ୱାବଧାନରେ ଜୁରାବନ୍ଧ ସରପଞ୍ଚ କରିସ୍ମା ନନ୍ଦ, ଟିକ୍ରାପଡା ସରପଞ୍ଚ ନରେନ୍ଦ୍ର କଲେତଙ୍କ ନେତୃତ୍ୱରେ ସୁରେଶ ଦନ୍ତା, ବଡ ରାଜପଲିଆ, ଅକ୍ଷୟ ସୁଆର, ଉଗ୍ରସେନ ରାଜପଲିଆ, ଅଲି ମାହାର, ବିଶି ବାଗ, ପଙ୍କଜ ତୁମୁନିଆ, ଅପରାଧି ଘିଭେଲା, ଲଳିତ ଯୋଶୀ ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ । ଏହି ଆନ୍ଦୋଳନରେ ବଲାଙ୍ଗିର ୟୁଜିବିର ବରିଷ୍ଠ ଅଧିକାରୀଙ୍କ ସହ ଚାଷୀ ନେତାମାନେ  ଆଲୋଚନା କରିଥିଲେ । କୃଷି ବୀମା ପ୍ରଦାନ ନେଇ ଆବଶ୍ୟକ ପଦକ୍ଷେପ  ନିଆଯିବ ବୋଲି ଅଧିକାରୀମାନେ ପ୍ରତିଶୃତି ପ୍ରଦାନ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏହି ଧାରଣା ସମୟରେ ଟିକ୍ରାପଡା ଫାଣ୍ତି ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ମୁତୟନ ହୋଇଥିଲେ ।

jittmm
Leave A Reply

Your email address will not be published.