ସଂସ୍କୃତ ପ୍ରଶିକ୍ଷଣ ବର୍ଗ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କଲେଜ ଛକ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ସଂସ୍କୃତ ଭାରତୀ ଉତ୍କଳ ପ୍ରାନ୍ତ ଦ୍ଵାରା ଚାଲିଥିବା ୧୨ ଦିନ ବ୍ୟାପୀ ରାଜ୍ୟ ସ୍ତରୀୟ ଶିବିର ଚାଳକ ପ୍ରଶିକ୍ଷଣ ଓ ଭାଷା ବୋଧନ ବର୍ଗର ସମାରୋପ କାର୍ଯ୍ୟକ୍ରମ ବୁଧବାର ସନ୍ଧ୍ୟା ୬.୪୫ ସମୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ପତାଞ୍ଜଳି ଯୋଗ ସମିତି ଓଡିଶା ରାଜ୍ୟ ମୁଖ୍ୟ ରାଧା ମାଧବ ବହିଦାର ,ସମ୍ମାନିତ ଅତିଥି ରୂପେ ସମାଜ ସେବୀ ରାମମନ୍ଦିର ବଲାଙ୍ଗିରର ଓମ୍ ପ୍ରକାଶ କାଉଣ୍ଟିଆ, ମୁଖ୍ୟ ବକ୍ତା ରୂପେ ଦିଲ୍ଲୀରୁ ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ସଂସ୍କୃତ ଭାରତୀ ଦିନେଶ କାମାତ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ବୌଦ୍ଧିକ ରଖିଥିଲେ । ଉତ୍କଳ ପ୍ରାନ୍ତ ସଭାପତି ସଂସ୍କୃତ ଭାରତୀ ଆୟୁଷ୍ମନ୍ତ ଷଡ଼ଙ୍ଗୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ତନୋଜ କୁମାର ମହାପାତ୍ରଙ୍କ ମଙ୍ଗଳାଚରଣ ଭିତରେ ଅତିଥି ମାନେ ଦୀପ ପ୍ରଜ୍ୱଳନ ପୂଜା ଅର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥଲା। ସାମୁହିକ ଧ୍ୟେୟ ମନ୍ତ୍ର ଗୌରାଙ୍ଗ କହଁର ପାଠ ପରେ ଅତିଥି ପରିଚୟ ବଲାଙ୍ଗିର ଜିଲ୍ଲାର ସଂଯୋଜକ ତଥା ଆଦର୍ଶ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶେଷଦେବ ମିଶ୍ର ଦେଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବର୍ଗର ବିବରଣୀ ପ୍ରଦାନ କରିଥିଲେ ପ୍ରାନ୍ତ ସମ୍ପାଦକ ତଥା ମହିଳା ମହାବିଦ୍ୟାଳୟର ସଂସ୍କୃତ ଅଧ୍ୟାପକ ଅଜିତ କୁମାର ପଣ୍ଡା। ଲିଶା ପ୍ରଧାନ, ଅଜିତ ସାହୁ, ମମି ମହନ୍ତ ଓ ପୂର୍ଣ୍ଣଚନ୍ଦ୍ର ଶିକ୍ଷାର୍ଥୀ ମାନେ ଏହି ବର୍ଗର ଅନୁଭୂତି ପ୍ରଦାନ କରିଥିଲେ । ଅରୁଣ କୁମାର ନାୟକ ସଂସ୍କୃତରେ ବ୍ୟକ୍ତିଗତ ଗୀତ ଗାଇଥିଲେ । ଧନ୍ୟବାଦ୍ ଅର୍ପଣ କରିଥିଲେ ସାପ୍ତାହିକ ମେଳନ ପ୍ରମୁଖ ରମାକାନ୍ତ ସା । ସଭାକୁ ସଂଯୋଜନା କରିଥିଲେ ଗଦାଧର ପଧାନ ଶେଷରେ ଶାନ୍ତି ପାଠ କରିଥିଲେ ଅକ୍ଷୟ କୁମାର ଦତ୍ତ ।

ଏହି ପ୍ରଶିକ୍ଷଣ ବର୍ଗର ସଂସ୍କୃତରେ ବାର୍ତ୍ତାଳାପ କଥୋପକଥନ ସଂସ୍କୃତର ସମ୍ପୂର୍ଣ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ ବାତାବରଣରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା ।

Leave A Reply

Your email address will not be published.