ଆୟକର ବିଭାଗ ଚଢାଉ କଲା ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ ଉପରେ

ଚଣ୍ଡିଖୋଲ : ଆୟକର ବିଭାଗ ଚଢାଉ କଲା ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ ଉପରେ । ଯାଜପୁର ଜିଲ୍ଲା ଜାରକା ପଣ୍ଡୁଆ ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ଯ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଅଚାନକ ଚଢାଉ କରାଯାଇଛି । ତେବେ କେଉଁ କାରଣରୁ ଆୟକର ବିଭାଗ ଚଢ଼ାଉ କରିଛି ସେନେଇ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ସୂଚନାନୁଯାୟୀ, ଜାରକା ପଣ୍ଡୁଆ ଶିଳ୍ପାଞ୍ଚଳରେ ଦୀର୍ଘ ଦିନ ଧରି ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ଯ୍ୟାଳୟ ରହିଛି । ଏହି ଟ୍ରାନ୍ସପୋର୍ଟ କମ୍ପାନୀ ବିଭିନ୍ନ ଖଣିଜ ପଦାର୍ଥ ପରିବହନ କରିଥାଏ । ତେବେ ଗୁରୁବାର ଅଚାନକ ଆୟକର ବିଭାଗ ପକ୍ଷରୁ ଟ୍ରାନ୍ସପୋର୍ଟ ଅଫିସରେ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ବରିଷ୍ଠ ପୋଲିସ ଅଧିକାରୀ ଓ ପୋଲିସ ଫୋର୍ସ ସାମିଲ ଅଛନ୍ତି ।

Leave A Reply

Your email address will not be published.

error: Content is protected !!