ସହରର ଉଠା ଦୋକାନୀମାନଙ୍କ ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନଠାରେ ବଲାଙ୍ଗିର ସହରର ଉଠା ଦୋକାନୀମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଠା ଦେକାନୀମାନଙ୍କ ସମସ୍ୟା, ଥଇଥାନ ଉପରେ ଆଲୋଚନା କରାଯାଇ ଆଗାମୀ ଦିନରେ ସମସ୍ୟାର ସମାଧାନ ପାଇଁ ପୌରପାଳିକାର ଅଧ୍ୟକ୍ଷା ଓ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ବିଭିନ୍ନ ଦାବୀ ଜଣାଇବାକୁ ବିଭିନ୍ନ ବକ୍ତାମାନେ ବକ୍ତବ୍ୟ ରଖିଥିଲେ । ନୂତନ ଭାବେ ଗଢି ଉଠିଥିବା ବଲାଙ୍ଗିର ଉଠା ଦୋକାନୀ ମହାସଂଘର ସଭାପତି ଭାବେ ଶ୍ରମିକ ନେତା ଶମ୍ଭୁନାଗଙ୍କୁ ଚୟନ କରାଗଲା । ଏହି ସଭାରେ ସମାଜସେବୀ ସୋମନାଥ ମିଶ୍ର, ସୁଦାମ ସାହୁ, ହରେକୃଷ୍ଣ ମହାନନ୍ଦ, ତରୁଣ ବାଗ, ରାମଚନ୍ଦ୍ର ମୁର୍ମୁ, ଯୁଧିଷ୍ଠିର ଗୁରହାଣ୍ଡି, ସୁବାସ ଶର୍ମା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!