jsm

ସ୍ୱଶାସନ ଅଭିଯାନ

csstore

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରରେ ଥିବା ସେବାଜଗତ ଠାରେ ଭାରତ ସ୍ୱଶାସନ ଅଭିଯାନର ରାଷ୍ଟ୍ରୀୟ ସ୍ତରର ସଦସ୍ୟମାନଙ୍କୁ ନେଇ ଦୁଇ ଦିନିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯାନର ରାଷ୍ଟ୍ରୀୟ ଆବାହକ ଘନ ଶ୍ୟାମଙ୍କ ଅଧ୍ୟକ୍ଷତାରେ ରଙ୍ଗାପଦର୍ ତାଲିମ୍ କେନ୍ଦ୍ରରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା, ଛତିଶଗଡ଼, ବିହାର, ଝାରଖଣ୍ଡ, ପଶ୍ଚିମ ବଙ୍ଗ ଭଳି ଛଅ ଟି ରାଜ୍ୟରୁ ଅଭିଯାନର କର୍ମକର୍ତ୍ତା ଯୋଗ ଦେଇ ଗାଆଁ ସ୍ତରରେ ସ୍ୱାବଲମ୍ବୀ ହେବା ପାଇଁ କୁଟୀର ଶିଳ୍ପ, ଯୁବ ବର୍ଗଙ୍କ ନେତୃତ୍ୱ ବୃଦ୍ଧି, ଉତ୍ତମ ନାଗରିକ ଭାବରେ ଗଢି ତୋଳିବା ଭଳି ଦିଗରେ ଆଲୋଚନା ହେଇଥିଲା । ବିଭିନ୍ନ ରାଜ୍ୟରୁ ଶେଖର, ସୁଶ୍ରୀ ସାଲମି, ଭାରତୀ ନାୟକ, ବିଷ୍ଣୁପ୍ରିୟା ସ୍ୱାଇଁ, ଉମାକାନ୍ତ ମହାନ୍ତି, ସତ୍ୟ ନାରାୟଣ ପଟ୍ଟନାୟକ , ରୋଶନାରା ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ ।

yuvodaya
Leave A Reply

Your email address will not be published.