pakka

ଲାଠିକଟା ବ୍ଲକ ପାଇଁ ଫିଲ୍ଡ ଏକଜ୍ୟୁକିଟିଭଙ୍କ ନିଯୁକ୍ତି ପ୍ରଦାନ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକର ପ୍ରତ୍ୟେକ ପଞ୍ଚାୟତରେ ଜନ ସାଧାରଣଙ୍କୁ ସେବା ଯୋଗାଇ ଦେବା ପାଇଁ ଫିଲ୍ଡ ଏକ୍‌ଜିକ୍ୟୁଟିଭଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏସ୍‌ସି, ଏସ୍‌ଟି ଫ୍ରେଣ୍ଡସ ଅରଗାନାଇଜେସନ୍‌ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ଅଧ୍ୟକ୍ଷ ହେମନ୍ତ କୁମାର ଛୁରାଙ୍କ ଅଧ୍ୟକ୍ଷତାରେ ଭଞ୍ଜଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯକ୍ରମରେ କୁଆରମୁଣ୍ଡା ଜିଲ୍ଲା ପରିଷଦ ‘ଖ’ର ପ୍ରତିନିଧି ରାଜେନ୍ଦ୍ର କୁଜୁର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ଜଣ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଏହି ନିଯୁକ୍ତି ପ୍ରକ୍ରିୟା ରାଜ୍ୟ ସରକାରଙ୍କର
ଜିଲ୍ଲା ଦାୟିତ୍ୱରେ ଥିବା କର୍ମ ନିୟୋଜନ କାର୍ଯ୍ୟାଳୟ ଦ୍ୱାରା ଏପ୍ରିଲ ମାସ ୬ ଓ ୭ ତାରିଖରେ ନିଯୁକ୍ତିମେଳା କରାଯାଇଥିଲା । ଏହି ମେଳାରେ ଲାଠିକଟା ଓ ଅନ୍ୟ ବ୍ଲକର ମେଧାବୀ ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରି ସଂଗଠନ ଦ୍ୱାରା ୩ ଦିନ ତାଲିମ ନେଇଥିଲେ । ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ କୁଜୁର ନିଜ ବକ୍ତବ୍ୟରେ କହିଲେ ଯେ, ଏହି ନିଯୁକ୍ତି ଦ୍ୱାରା ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମସ୍ତଙ୍କ ନିକଟରେ ଉପଲବ୍ଧ ହୋଇପାରିବ । ଅଧ୍ୟକ୍ଷତା କରି ଶ୍ରୀ ଛୁରା କହିଲେ ଯେ, ଯଦି ଏହି କାର୍ଯ୍ୟକ୍ରମ ଦ୍ୱାରା ଲାଠିକଟା ବ୍ଲକର ଅଧିବାସୀମାନେ ସୁଫଳ ପାଆନ୍ତି ତେବେ ଆଗାମୀ ଦିନରେ ସୁନ୍ଦରଗଡ ଜିଲ୍ଲାରେ ଆଉ ୧୬ଟି ବ୍ଲକରେ ଏହିଭଳି କାର୍ଯ୍ୟକ୍ରମ କରାଯାଇ ଜନସାଧାରଣଙ୍କୁ ସେବା ଯୋଗାଇ ଦିଆଯିବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବ୍ଲକ ସଭାପତି ସୁରେଶ କିସାନ, ଲାଠିକଟା ବ୍ଲକ ସଭାପତି ବିଜୟ ଦୀପ୍ ଓ ଷ୍ଟିଲ ସହରାଞ୍ଚଳର ସଭାପତି ଆଲବିସ ବରୁୱା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କ ସଫଳତା କାମନା କରି ଅଧ୍ୟକ୍ଷ ଶ୍ରୀ ଛୁରା ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

17 − 7 =

error: Content is protected !!