csstore

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ପ୍ରଥମ ଆଦିବାସୀ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ବଲାଙ୍ଗିର ବ୍ଲକ ଆଦିବାସୀ କଲ୍ୟାଣ ସଂଘ ତରଫରୁ ଡୁଡୁକାଶିରା ଗ୍ରାମରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଗଲା । ଏହି ସମ୍ବର୍ଦ୍ଧନା ସଭାରେ କାର୍ଯ୍ୟକାରୀ ସଭାପତି ମୁରଲିଧର ମଲ୍ଲିକ, ପାକଲା କୁମୁରା, ସୀତାରାମ ଧରୁଆ, ବନଲତା ମାଝି, ଝାଙ୍କରପାଲି ସରପଞ୍ଚ ବୃନ୍ଦାବତୀ ବେହେରା, ବଳବନ୍ତ ଧରୁଆ, ଦିଲିପ ଭୋଇ, ହରିବନ୍ଧୁ ଧରୁଆ ଉପସ୍ଥିତ ରହି ମାନ୍ୟବର ସାଂସଦ ଶ୍ରୀ ବିଶିଙ୍କୁ ଉପଢୈାକନ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଗ୍ରାମର ଆବାଳ ବୃଦ୍ଧ ବନୀତା ଉପସ୍ଥିତ ରହି ଖୁସି ବ୍ୟକ୍ତ କରିଥିଲେ ।

jayashree
Leave A Reply

Your email address will not be published.