ଡୁମରପଦରରେ କେନ୍ଦୁପତ୍ର ସିଜନାଲ କର୍ମଚାରୀଙ୍କ ଜରୁରୀକାଳୀନ ବୈଠକ

-ଖାଲି ପଦବୀ ପୂରଣ କରିବା ସହ ମୁନସୀ ଓ ଚପରାଶିଙ୍କ କାର୍ଯ୍ୟ ବୃଦ୍ଧି କରିବା ପାଇଁ ଦାବୀ
ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଯୋଗିମୁଣ୍ଡା ରେଞ୍ଜର କେନ୍ଦୁପତ୍ର ସିଜନାଲ କର୍ମଚାରୀଙ୍କ ଏକ ଜରୁରୀକାଳୀନ ବୈଠକ ଡୁମେରପଦର ଗ୍ରାମର ପତ୍ରଫଡି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ପାଟଣାଗଡ଼ ଡିଭିଜନର ସଂପାଦକ ଶିବାନନ୍ଦ ପରିଚ୍ଛାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ରେଞ୍ଜରେ ଅଧିନସ୍ଥରେ ଖାଲି ପଡିଥିବା ପଦବୀ ପୂରଣ କରିବା ସହ ମୁନସୀ ଓ ଚପରାସୀଙ୍କ କାର୍ଯ୍ୟକାଳ ବୃଦ୍ଧି କରାଇବା ଏବଂ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଏହିକ୍ରମ ଅନୁସାରେ ପାଟଣାଗଡ଼ ଡିଭିଜନରରେ ଥିବା ୮ଟି ରେଞ୍ଜରେ ସଂଗଠନ ପକ୍ଷରୁ ଆଗାମୀ ଦିନରେ ବୈଠକମାନ କରାଯାଇ ଲାଗି ରହିଥିବା ସମସ୍ୟାର ସମାଧାନ କରିବା ପାଇଁ ଆଲୋଚନା କରାଯାଇ ସମସ୍ୟାର ସମାଧାନ ଦିଗରେ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଜଣାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଯୋଗିମୁଣ୍ଡା ରେଞ୍ଜର ସଭାପତି ଦଳପତି ଛତର, ସଂପାଦକ ମନୋଜ କୁମାର ସାହୁ, କାଶୀପ୍ରସାଦ ସାହୁ, ପ୍ରହଲ୍ଲାଦ ମୁଦୁଲି, ବିରଞ୍ଚି ବଗର୍ତ୍ତୀ, ବଳ ଧରୁଆ, ସୁରେଶ ନାଗ, ବାଲ ମୁକୁନ୍ଦ ସାହୁ, ଶିବ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ରାମଚରଣ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

5 + 19 =

error: Content is protected !!