jsm

ଆର୍ଥିକ ସାକ୍ଷରତା ଅର୍ନ୍ତଭୁକ୍ତ କରଣ ସଚେତନତା ଶିବିର ଅନୁଷ୍ଠିତ

csstore

-ସ୍ୱଳ୍ପ ସଞ୍ଚୟ କରିବା ଦ୍ୱାରା ଭବିଷ୍ୟତର ଉପକାରିତା
ପାଟଣାଗଡ଼, (ଗୋରେଖନାଥ ବରିହା) : ରାଜ୍ୟ ସରକାରଙ୍କ ସ୍ୱଳ୍ପ ସଞ୍ଚୟ ଜମା ସଚେତନତା ଶିବିର ପାଟଣାଗଡ ବ୍ଲକ ଅଧିନସ୍ଥ ଭଇଁଷା ପଞ୍ଚାୟତ ଅଫିସ କାର୍ଯ୍ୟାଲୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିଜୟ କୁମାର ଶତପଥି ମୁଖ୍ୟ ଅତିଥି, ଭଇଁଷା ଉପଡାକଘର ପୋଷ୍ଟ ମାଷ୍ଟର ନରେନ୍ଦ୍ର ପଟେଲ ସମ୍ମାନିତ, ଓମ ପ୍ରକାଶ ମୁଣ୍ଡ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଆର୍ଥିକ ସାକ୍ଷରତା ପରିଷଦ ଏସ୍‌ ଵି ଆଇ ବଳାଙ୍ଗିର ମଧ୍ୟ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭଇଁଷା ପଞ୍ଚାୟତର ସରପଞ୍ଚ ଜ୍ଞାନେନ୍ଦ୍ର ପଟେଲ ଓ ପୂର୍ବତନ ସମିତି ସଭ୍ୟ ବିଭୁତି ଭୁଷଣ ସାଏ ଯୋଗ ଦେଇ ଡାକବିଭାଗର ସ୍ୱଳ୍ପ ସଞ୍ଚୟ ଯୋଜନା ଗୁଡିକ ଉପରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀଯୁକ୍ତ ଶତପଥି ବିବରଣୀ ଦେଇଥିଲେ । ଶ୍ରୀଯୁକ୍ତ ପଟେଲ ବିଭାଗ ବିଭିନ୍ନ ସଞ୍ଚୟ ଯୋଜନା ଓ ବୀମା ଉପରେ ଆଲୋକ ପାତ କରିଥିଲେ ଏବଂ ଶ୍ରୀଯୁକ୍ତ ମୁଣ୍ଡ ଉକ୍ତ ଯୋଜନାର ବିଭିନ୍ନ ଲକ୍ଷ୍ୟ ପାଇଁ ପୂରଣ ପାଇଁ ଗ୍ରାମବାସୀଙ୍କୁ ବିଷଦ ଭାବରେ ବୁଝାଇ ଥିଲେ । ଏଥିରେ ଗ୍ରାମର ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ଓ ଅଙ୍ଗନୱାଡି ଓ ଆଶା କର୍ମୀଙ୍କ ସହ ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.