ବେଲପଡାରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗ୍ରାମରେ ଷୋହଳ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଗତ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଶିବ ମନ୍ଦିର ଠାରୁ ବିରାଟ ଶୋଭାଯାତ୍ରାରେ ମହିଳାମାନେ ବାହାରି ୧୩୦ କଳସ ଆଣି ନାମଯଜ୍ଞରେ ସ୍ଥାପନ କରିଥିଲେ । ରବିବାର ଠାରୁ ନାମ ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ଦିନ ପୂର୍ଣ୍ଣାହୁତି ହେବ । ଏହି ନାମଯଜ୍ଞରେ କର୍ତ୍ତା ଭାବେ ଡିଙ୍ଗର ମେହେର ଓ ତାଙ୍କ ସହଧର୍ମିଣୀ ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୂଜକ ଭାବେ ସୁଶୀଲ ପଣ୍ଡା ଦାୟିତ୍ୱ ତୁଳାଇଥିଲେ । ଏହି ନାମଯଜ୍ଞରେ ବ୍ରାହ୍ମଣୀ, ଲିମସେର, ସେପୁର, ଖନତରି, ବଡ଼ଗମଡ଼ା ଉପରପଡା, ଜୁରାବନ୍ଧ, ବଡ଼ଗମଡ଼ା ତଲପଡା, ଜୁରାବନ୍ଧ, ବରକାନି ବେହେରାପଡା, ବେଲପଡା ଉପରପଡା ପ୍ରମୁଖ ସଂକୀର୍ତ୍ତନ ଦଳ ଅଂଶ ଗ୍ରହଣ କରି ପ୍ରଭୁନାମ ଗାନ କରିଥିଲେ । ଏହି ଭକ୍ତିମୟ ପରିବେଶରେ ବିଭିନ୍ନ ସ୍ଥାନରୁ ଜନ ପ୍ରତିନିଧିମାନେ ଉପସ୍ଥିତ ରହି ଭଗବାନଙ୍କୁ ଦର୍ଶନ କରି ଆଶୀର୍ବାଦ ମାଗୁଥିବା ଦେଖିବାକୁ ମିଳିଛି । ଏଥିରେ ଗ୍ରାମବାସୀ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମଧ୍ୟ ମୁତୟନ ଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁମାନେ ଆସିଥିବା ଜଣାପଡିଛି ।

Leave A Reply

Your email address will not be published.