ସଡକ ଦୁର୍ଘଟଣା : ୨ ଡ୍ରାଇଭର୍ ଗୁରୁତର

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ କାଠ କରଞ୍ଜିଆ ପୋଲ ନିକଟରେ ଆଜି ସକାଳ ୬ ଟାରେ ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି । ସୂଚନାନୁଯାୟୀ, କରଞ୍ଜିଆ ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ କାଠ କରଞ୍ଜିଆ ପୋଲ ନିକଟରେ ଆଜି ସକାଳେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଟ୍ରକ୍ ଧକ୍କା ହେବା ଫଳରେ ଦୁଇ ଡ୍ରାଇଭର ଚାପି ହୋଇ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ଉଦ୍ଧାର କରାଯାଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଉଭୟଙ୍କୁ ଭର୍ତ୍ତି କରାଯାଇଛି । ତେବେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିଲେ ବି ଅଧିକ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଅପର ପକ୍ଷରେ ଘଟଣାସ୍ଥଳରେ କରଞ୍ଜିଆ ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି । ତେବେ ଦୁଇଟି ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ରାସ୍ତା ଅବରୋଧ ହୋଇଯାଇଛି । ଉଭୟ ପୋଟେ ଶହ ଶହ ଗାଡି ଅଟକି ରହିଥିବା ବେଳେ ପୋଲିସ ଦୁର୍ଘଟଣା ଗ୍ରସ୍ତ ଟ୍ରକକୁ ହଟାଇବା ପାଇଁ ଚେଷ୍ଟା କରୁଛି ।

Leave A Reply

Your email address will not be published.