ଆତ୍ମସମର୍ପଣ କଲେ ୫୦ ମିଲିସିଆ ମାଓବାଦୀ

ମାଲକାନଗିରି : ଆତ୍ମସମର୍ପଣ କଲେ ୫୦ ମିଲିସିଆ ମାଓବାଦୀ । ପୋଲିସ ଡିଜି ସୁନୀଲ ବଂଶଲଙ୍କ ନିକଟରେ ୫୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି । ସୂଚନାନୁଯାୟୀ, ମାଲକାନଗିରି ଓ କୋରାପୁଟ ଗସ୍ତରେ ଅଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଏହି କ୍ରମରେ ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳ ଗସ୍ତରେ ଥିବା ପୋଲିସ ଡିଜିଙ୍କ ନିକଟରେ ୫୦ ମିଲିସିଆ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ମାଓବାଦୀ ଅଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବ ବୋଲି ପୋଲିସ ଡିଜି କହିଛନ୍ତି ।

Leave A Reply

Your email address will not be published.